ବାଇକ ଯୋଗେ ବୁହାହୋଇ ଯାଉଛି ଓଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ଆମ ଦୈନନ୍ଦିନ ଜୀବନରେ ବହୁତ କିଛି ଘଟଣା ଘଟିଥାଏ ।  ଯାହାକୁ ଦେଖିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହେଇଥାଉ ।  ଏମିତି କିଛି ଘଟଣା ଯେତେବେଳେ ଆମେ ନିଜ ଆଖି ଆଗରେ ଦେଖିଥାଉ ତାହା ଆମେ ବିଶ୍ବାସ କରିଥାଉ । ତେବେ ଆପଣ ମାନେ ଏମିତି ଅନେକ ଘଟଣା ଜୀବନରେ ବହୁତ ଥର ଦେଖିଥିବେ ।  ସାଧାରଣତଃ ଆମେ ରାସ୍ତାରେ ଯାଉଥିବା ସମୟରେ ବାଇକ କିମ୍ବା କାର କିମ୍ବା କାରରେ କୁକୁରକୁ ସାଙ୍ଗରେ ନେଉଥିବା ଦୃଶ୍ୟ ଆପଣ […] The post ବାଇକ ଯୋଗେ ବୁହାହୋଇ ଯାଉଛି ଓଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ appeared first on KNews Odisha.

ବାଇକ ଯୋଗେ ବୁହାହୋଇ ଯାଉଛି ଓଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ
camel viral

ଆମ ଦୈନନ୍ଦିନ ଜୀବନରେ ବହୁତ କିଛି ଘଟଣା ଘଟିଥାଏ ।  ଯାହାକୁ ଦେଖିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହେଇଥାଉ ।  ଏମିତି କିଛି ଘଟଣା ଯେତେବେଳେ ଆମେ ନିଜ ଆଖି ଆଗରେ ଦେଖିଥାଉ ତାହା ଆମେ ବିଶ୍ବାସ କରିଥାଉ । ତେବେ ଆପଣ ମାନେ ଏମିତି ଅନେକ ଘଟଣା ଜୀବନରେ ବହୁତ ଥର ଦେଖିଥିବେ ।  ସାଧାରଣତଃ ଆମେ ରାସ୍ତାରେ ଯାଉଥିବା ସମୟରେ ବାଇକ କିମ୍ବା କାର କିମ୍ବା କାରରେ କୁକୁରକୁ ସାଙ୍ଗରେ ନେଉଥିବା ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଭାବିଛନ୍ତି କି ଏକ ବିଶାଳକାୟ ଜୀବକୁ ସାଙ୍ଗରେ ନେବା କେମିତି କଥା ତାହା ପୁଣି ବାଇକରେ ।

ହଁ ଆଜ୍ଞା ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବାଇକରେ ଦୁଇଜଣ ଏକ ଓଟକୁ ନେଇ ଯାଉଛନ୍ତି । ଏହି ଓଟ ମଧ୍ୟ ଦୁଇ ମଣିଷଙ୍କ ମଝିରେ ବସି ଯାଉଛି । ଦେଖୁ ନାହାନ୍ତି କେମିତି ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଓଟ କୁ ଧରି ଯାଉଛନ୍ତି ଦୁଇ ଯୁବକ । ଜଣେ ଯୁବକ ବାଇକ ଚଳାଉଥିବା ବେଳେ ଆଉ ଜଣେ ଓଟ କୁ ଧରି ପଛରେ ବସିଛନ୍ତି । ଏହାକୁ ଆଖିରେ ନ ଦେଖିଲେ ସହଜରେ ବିଶ୍ବାସ କରି ହେଉନାହିଁ । ଦେଖୁ ନାହାନ୍ତି କେମିତି ଓଟ ର ଚାରି ଗୋଡକୁ ବନ୍ଧା ହୋଇ ଯତ୍ନର ସହିତ ବାଇକରେ ନିଆ ଯାଉଛି । ଏହି ଭିଡିଓରେ ଓଟ ଟି ଚିତ୍କାର କରୁଥିବା ଶୁଣାଯାଉଛି ।

ଓଟର ଗୋଡକୁ ବନ୍ଧା ଯାଇଛି ହୁଏତ ତାକୁ କଷ୍ଟ ହୋଇଥାଇପାରେ । ଯାହାଦ୍ହାରା ସେ ଚିତ୍କାର କରୁଛି ବୋଲି ଆନୁମାନ କରାଯାଇପାରେ । ଏହା ଏକ ଜନ ଗହଳି ପୁର୍ଣ ରାସ୍ତା ଅଟେ । ଯଦିଓ ଓଟ ଏକ ସ୍ଥିର ପ୍ରାଣୀ । ମରୁଭୁମିର ଯାହାଜ ବୋଲି ଆମେ ଓଟକୁ କହିଥାଉ । କିନ୍ତୁ ଏହି ଭିଡିଓ ଟି ଏକ୍ସ ରେ ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହା ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ଦେଖିବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କିଛି ଲୋକେ ଏହାକୁ ନିନ୍ଦା କରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି କେତେ ନିଷ୍ଠୁର ଭାବେ ମଣିଷ ଏହି ଜୀବକୁ ବୋହି ନେଇଯାଉଛି । ସତରେ କେତେ ନିର୍ଦୟ ମଣିଷ ତ ଆଉ କିଏ ଲେଖିଛନ୍ତି ପଶୁ ମାନଙ୍କୁ ଏଭଳି ନେବା ଠିକ ନୁହେଁ । ଏହା ଉପରେ କଠୋର ଆଇନ ହେବା ଜରୁରୀ । ପଶୁ ସୁରକ୍ଷା ଆଇନକୁ କଡାକଡି ହେବା ଉଚିତ କହିଛନ୍ତି । ଆଉ ଜଣେ ବକ୍ତି କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ପଶୁମାନଙ୍କୁ ଏଭଳି ବ୍ୟବହାର କରିବା ଯୁକ୍ତିଯୁକ୍ତ ନୁହେଁ । ଏକ ବିଶାଳକାୟ ଜୀବକୁ ବାଇକ ସାହାଯରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏଭଳି ନେବା କେତେଦୁର ଠିକ ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

The post ବାଇକ ଯୋଗେ ବୁହାହୋଇ ଯାଉଛି ଓଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ appeared first on KNews Odisha.