ଇଡି ଯେତେ ଦିନ ଚାହିବ ସେତେଦିନ ମତେ ହାଜତରେ ରଖିପାରିବ : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ନିଜ ମାମଲାରେ ନିଜେ ଯୁକ୍ତି ବାଢ଼ି କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଉଦ୍ଦେଶ୍ୟ ହେଉଛି ଆପକୁ ଭାଙ୍ଗିବା। କେଜ୍ରିୱାଲ କହିଛନ୍ତି, ଇଡିର ଏକମାତ୍ର ଲକ୍ଷ୍ୟ ହେଉଛି ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଫସାଇବା। କେଜ୍ରିୱାଲଙ୍କ ୬ ଦିନର ଇଡି ହାଜତ ମିଆଦ ଆଜି ଶେଷ ହୋଇଥିବାବେଳେ କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। କେଜ୍ରିୱାଲ କହିଛନ୍ତି, ଇଡିର ରିମାଣ୍ଡ ପିଟିସନକୁ ମୁଁ ବିରୋଧ […]

ଇଡି ଯେତେ ଦିନ ଚାହିବ ସେତେଦିନ ମତେ ହାଜତରେ ରଖିପାରିବ : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ନିଜ ମାମଲାରେ ନିଜେ ଯୁକ୍ତି ବାଢ଼ି କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଉଦ୍ଦେଶ୍ୟ ହେଉଛି ଆପକୁ ଭାଙ୍ଗିବା। କେଜ୍ରିୱାଲ କହିଛନ୍ତି, ଇଡିର ଏକମାତ୍ର ଲକ୍ଷ୍ୟ ହେଉଛି ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଫସାଇବା। କେଜ୍ରିୱାଲଙ୍କ ୬ ଦିନର ଇଡି ହାଜତ ମିଆଦ ଆଜି ଶେଷ ହୋଇଥିବାବେଳେ କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। କେଜ୍ରିୱାଲ କହିଛନ୍ତି, ଇଡିର ରିମାଣ୍ଡ ପିଟିସନକୁ ମୁଁ ବିରୋଧ କରୁନାହିଁ। ଇଡି ଯେତେଦିନ ଚାହିବ ମତେ ହାଜତରେ ରଖିପାରିବ। କିନ୍ତୁ ଏହା ଏକ ଷଡ଼ଯନ୍ତ୍ର। ଇଡିର ୨ଟି ଲକ୍ଷ୍ୟ। ଗୋଟିଏ ଲକ୍ଷ୍ୟ ଆପକୁ ଭାଙ୍ଗିବା ଏବଂ ଅନ୍ୟ ଏକ ଲକ୍ଷ୍ୟ ହେଉଛଇ ଦାଦାବଟି ଆଦାୟ ରାକେଟ୍ ପରିଚାଳନା କରିବା। ଯାହାଦ୍ବାରା ସେମାନେ ଟଙ୍କା ସଂଗ୍ରହ କରିପାରିବେ। କୋର୍ଟ କେଜ୍ରିୱାଲଙ୍କୁ ପୁଣିଥରେ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ କୋର୍ଟକୁ ପଠାଇ ଦେଇଛନ୍ତି। ଇଡି ଅନୁଯାୟୀ କେଜ୍ରିୱାଲ ହେଉଛନ୍ତି ଅବକାେରୀ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ। କିନ୍ତୁ କେଜ୍ରିୱାଲ କହିଛନ୍ତି, ତାଙ୍କୁ ଗିରଫ କରିବାର କୌଣସି କାରଣ ନାହିଁ। କେଜ୍ରିୱାଲ କହିଛନ୍ତି, ମୁଁ ଗିରଫ ହେଲି। କୌଣସି କୋର୍ଟ ମତେ ଦୋଷୀସାବ୍ୟସ୍ତ କରିନାହାନ୍ତି। ସିବିଆଇ ମୋ ବିରୋଧରେ ୩୧ ହଜାର ପୃଷ୍ଠା ଏବଂ ଇଡି ୨୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି। ୨ଟି ଚାର୍ଜସିଟ୍ ଏକାଠି ପଢ଼ିଲେ ବି ମତେ ଗିରଫ କରିବାର କୌଣସି କାରଣ ମିଳିବନି ବୋଲି ସେ କହିଛନ୍ତି।