ଇଡି ସହକାରୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ,୮ା୮: ମୁମ୍ବାଇର ଜଣେ ଜୁଏଲରଙ୍କଠାରୁ ୨୦ ଲକ୍ଷ ଟଙ୍କା ଜରିମାନା ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା। ଜୁଏଲରଙ୍କ ପୁଅ ଯଦି ୨୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରାଯିବ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ଦୀପ ସିଂ ଯାଦବ ଧମକ ଦେଇଥିଲେ। ବୁଝାମଣା ପରେ […] The post ଇଡି ସହକାରୀ ନିର୍ଦ୍ଦେଶକ ଗିରଫ appeared first on Dharitri Odia News.

ଇଡି ସହକାରୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ,୮ା୮: ମୁମ୍ବାଇର ଜଣେ ଜୁଏଲରଙ୍କଠାରୁ ୨୦ ଲକ୍ଷ ଟଙ୍କା ଜରିମାନା ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା। ଜୁଏଲରଙ୍କ ପୁଅ ଯଦି ୨୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରାଯିବ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ଦୀପ ସିଂ ଯାଦବ ଧମକ ଦେଇଥିଲେ। ବୁଝାମଣା ପରେ ଉତ୍କୋଚ ପରିମାଣ ୨୦ ଲକ୍ଷ ଟଙ୍କାକୁ କମାଇ ଦିଆଯାଇଥିଲା। ଲାଞ୍ଚ ନେଉଥିବା ବେଳେ ଯାଦବଙ୍କୁ ସିବିଆଇ ଟିମ୍‌ ଧରିଥିଲା। ଯାଦବ ଗିରଫ ହେବା ପରେ ଇଡି ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିସହ ତାଙ୍କର ନୂଆଦିଲ୍ଲୀ ବାସଭବନରେ ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଦବଙ୍କୁ ଧରିବା ପାଇଁ ସିବିଆଇର ଦୁର୍ନୀତି ନିବାରଣ ବିଭାଗ ଲଜପତ ନଗର ବଜାରରେ ଜାଲ ବିଛାଇଥିଲା। ଯାଦବ ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ମେ’ରେ ଇଡିର ସହକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ।

The post ଇଡି ସହକାରୀ ନିର୍ଦ୍ଦେଶକ ଗିରଫ appeared first on Dharitri Odia News.