‘ଇଣ୍ଡିଆ ବୁକ ରେକଡର୍ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା
କୋଣାର୍କ,୬।୨(ଜ୍ୟୋତିରାଜ ମହାନ୍ତି):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବରିଷ୍ଠ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଦେଶରେ ପ୍ରଥମ ଥର ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି। ଗତ ଜାନୁଆରୀ ୮ରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏକ ୪୧. ୨୬ ଫୁଟ୍ ଉଚ୍ଚତାର ବାଲିରେ ସୂର୍ଯ୍ୟମନ୍ଦିରର ବିଶାଳ ବାଲୁକା କଳାକୃତି ସେ ଗଢିଥିଲେ। ବାଲିରେ ଅତି […] The post ‘ଇଣ୍ଡିଆ ବୁକ ରେକଡର୍ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା appeared first on Dharitri Odia News.
କୋଣାର୍କ,୬।୨(ଜ୍ୟୋତିରାଜ ମହାନ୍ତି):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବରିଷ୍ଠ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଦେଶରେ ପ୍ରଥମ ଥର ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି। ଗତ ଜାନୁଆରୀ ୮ରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏକ ୪୧. ୨୬ ଫୁଟ୍ ଉଚ୍ଚତାର ବାଲିରେ ସୂର୍ଯ୍ୟମନ୍ଦିରର ବିଶାଳ ବାଲୁକା କଳାକୃତି ସେ ଗଢିଥିଲେ। ବାଲିରେ ଅତି ସୂକ୍ଷ୍ମ ନିଖୁଣ ଭାବେ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଥିବା ଏକ ବିଶାଳ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ବିଶାଳ ବାଲୁକା କଳା ଗଢ଼ିବାକୁ ସରିତାଙ୍କ ସହିତ ତାଙ୍କ ସାଥୀ କୋଣାର୍କ ସ୍ୟାଣ୍ଡ ଆର୍ଟର ଛାତ୍ରୀଛାତ୍ରଙ୍କୁ ଦୀର୍ଘ ୩୬ ଘଣ୍ଟା ସମୟ ଧରି ଏହି ବାଲୁକା କଳା ନିର୍ମାଣ ନିମନ୍ତେ ସମୟ ଲାଗିଥିଲ। ଏହି କଳାକୃତି ପାଇଁ ସେ ‘ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସ’ରେ ସ୍ଥାନ ହାସଲ କରିଛନ୍ତି। ଗତ ୩ ତାରିଖରେ ‘ଇଣ୍ଡିଆ ବୁକ ରେକର୍ଡ’ କମିଟି ପକ୍ଷରୁ ସରିତାଙ୍କୁ ଅବଗତ କରାଯିବା ସହ ରେକଡର୍ସରେ ସ୍ଥାନିତ ହୋଇଥିବା ଏକ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବାଲୁକା କଳା ମାଧ୍ୟମରେ ଭାରତର କଳା ସଂସ୍କୃତିକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା ବାଲୁକାଶିଳ୍ପୀ ସରିତା କହିଛନ୍ତି। ଆଗାମୀ ଦିନରେ ଭାରତ ତଥା ଓଡ଼ିଶା କଳା ସଂସ୍କତିକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର ପୂର୍ବକ ଏହି ବାଲୁକା କଳାକୁ ଆଗକୁ ନେବାର ପ୍ରୟାସ ପାଇ ସେ ପୁରୀର ଅସ୍ତରାଗ ବୃଦ୍ଧାଶ୍ରମରେ ପହଞ୍ଚି ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। କୋଣାର୍କ ଅଞ୍ଚଳର ଝିଅ ଭାବେ ସମଗ୍ର ଦେଶରେ ନିଜର ତଥା ସମଗ୍ର ଅଞ୍ଚଳର ନାମକୁ ଉଚ୍ଚ ସ୍ଥାନରେ ରଖିବାକୁ ନେଇ କୋଣାର୍କ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସଂଶା କରାଯିବ ସହିତ ତାଙ୍କର ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି।
The post ‘ଇଣ୍ଡିଆ ବୁକ ରେକଡର୍ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା appeared first on Dharitri Odia News.