ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ

ଯୋଡ଼ା,୨୪ା୬(ମାନସ ମହାନ୍ତି):କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ବିଶ୍ୱଜିତ ବେଉରିଆଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଅକ୍ଷିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଛୋଟ ବୟସରେ ବିନା ତାଲିମରେ ଇଂଲିଶ୍‌ ବର୍ଣ୍ଣମାଳାର ୨୬ ଅକ୍ଷର ଚିହ୍ନିବା ସହ ପ୍ରାଣୀଙ୍କ ସ୍ବର କରି ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କର ବିସ୍ମୟ କାର୍ଯ୍ୟ ପରିବାର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛି। ସୂଚନା ଅନୁଯାୟୀ, ଅକ୍ଷିତ ୨୦୨୨ ନଭେମ୍ବର ୫ରେ ଜନ୍ମଗ୍ରହଣ କରିଥିଲେ। ସେ ଅନେକ […] The post ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ appeared first on Dharitri Odia News.

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ

ଯୋଡ଼ା,୨୪ା୬(ମାନସ ମହାନ୍ତି):କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ବିଶ୍ୱଜିତ ବେଉରିଆଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଅକ୍ଷିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଛୋଟ ବୟସରେ ବିନା ତାଲିମରେ ଇଂଲିଶ୍‌ ବର୍ଣ୍ଣମାଳାର ୨୬ ଅକ୍ଷର ଚିହ୍ନିବା ସହ ପ୍ରାଣୀଙ୍କ ସ୍ବର କରି ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କର ବିସ୍ମୟ କାର୍ଯ୍ୟ ପରିବାର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛି।
ସୂଚନା ଅନୁଯାୟୀ, ଅକ୍ଷିତ ୨୦୨୨ ନଭେମ୍ବର ୫ରେ ଜନ୍ମଗ୍ରହଣ କରିଥିଲେ। ସେ ଅନେକ ସମୟରେ ଚମତ୍କାର କାର୍ଯ୍ୟକଳାପ ଦେଖାଉଥିଲେ। ଏହାକୁ ଦୃଷ୍ଟିରେ ରଖି ପରିବାର ଲୋକେ ପ୍ରତି ବର୍ଷ ହେଉଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରତିଯୋଗିତାକୁ ଅକ୍ଷିତଙ୍କ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପକୁ ଭିଡିଓ ରେକର୍ଡ କରି ପଠାଇଥିଲେ। ଏହାକୁ ଯାଞ୍ଚ କରି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ (ଆଇବିଆର୍‌) ଅକ୍ଷିତଙ୍କୁ ‘ଆଇବିଆର ଆଚିବର’ ଭାବେ ଚୟନ କରି ସାର୍ଟିଫିକେଟ୍‌ ପ୍ରଦାନ କରିଛି। ଦେଢ଼ ବର୍ଷ ବୟସରେ ଅକ୍ଷିତ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରକୁ ବିନା ତାଲିମରେ ଚିହ୍ନିପାରିବା ସହିତ ଶରୀରର ୨୦ ବିଭିନ୍ନ ଅଙ୍ଗକୁ ଚିହ୍ନଟ କରି ଦର୍ଶାଇବା, ୧୨ ବିଭିନ୍ନ ରଙ୍ଗକୁ ଚିହ୍ନଟ କରିବା, ୧୨ ବିଭିନ୍ନ ଛବି, ୧୦ ପ୍ରକାରର ଆକୃତି ଓ ୭ ପ୍ରକାରର ଫଳକୁ ଇଙ୍ଗିତରେ ଚିହ୍ନଟ କରି ଦର୍ଶାଉଛନ୍ତି। ଏଥିସହିତ ୯ଟି ବିଭିନ୍ନ ପ୍ରାଣୀଙ୍କ ଶବ୍ଦକୁ ମିମିକ୍ରି କରିପାରୁଥିବାରୁ ଅକ୍ଷିତଙ୍କୁ ଚୟନ କରାଯାଇଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରଦାନ କରିଥିବା ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି।

The post ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ appeared first on Dharitri Odia News.