ଇପିଏଫ୍ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ
ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ୧୪.୬୩ ଲକ୍ଷ ସଦସ୍ୟ ଇପିଏଫ୍ଓରେ ଯୋଡ଼ି ହୋଇଛନ୍ତି। ୨୦୨୪ ଅକ୍ଟୋବର ତୁଳନାରେ ନଭେମ୍ବରରେ ସଦସ୍ୟଙ୍କ ସଂଖ୍ୟାରେ ୯.୦୭% ବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ୨୦୨୩ ନଭେମ୍ବର ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୪.୮୮% ବୃଦ୍ଧି ପାଇଛି। ଇପିଏଫ୍ଓ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ମଧ୍ୟରେ ରୋଜଗାରର ସୁଯୋଗ ଏବଂ ଲାଭ ବିଷୟରେ ସଚେତନତା […] The post ଇପିଏଫ୍ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ appeared first on Dharitri Odia News.
ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ୧୪.୬୩ ଲକ୍ଷ ସଦସ୍ୟ ଇପିଏଫ୍ଓରେ ଯୋଡ଼ି ହୋଇଛନ୍ତି। ୨୦୨୪ ଅକ୍ଟୋବର ତୁଳନାରେ ନଭେମ୍ବରରେ ସଦସ୍ୟଙ୍କ ସଂଖ୍ୟାରେ ୯.୦୭% ବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ୨୦୨୩ ନଭେମ୍ବର ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୪.୮୮% ବୃଦ୍ଧି ପାଇଛି। ଇପିଏଫ୍ଓ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ମଧ୍ୟରେ ରୋଜଗାରର ସୁଯୋଗ ଏବଂ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଛି। ଇପିଏଫ୍ଓ କହିଛି ଯେ, ନଭେମ୍ବର ଇପିଏଫ୍ଓରେ ଯୋଡ଼ି ହୋଇଥିବା ସଦସ୍ୟଙ୍କ ମଧ୍ୟରେ ପ୍ରାୟ ୮.୭୪ ଲକ୍ଷ ନୂତନ ସଦସ୍ୟ ଅଛନ୍ତି। ଅକ୍ଟୋବର ତୁଳନାରେ ନୂତନ ସଦସ୍ୟଙ୍କ ଯୋଗଦାନ ୧୬.୫୮% ବୃଦ୍ଧି ପାଇଛି। ବାର୍ଷିକ ଭିତ୍ତିରେ ୨୦୨୩ ନଭେମ୍ବର ତୁଳନାରେ ନୂତନ ସଦସ୍ୟଙ୍କ ସଂଖ୍ୟାରେ ୧୮.୮୦% ବୃଦ୍ଧି ଘଟିଛି। ୧୮ ରୁ ୨୫ ବର୍ଷ ବୟସ ବର୍ଗରେ ଯୋଗ ଦେଇଥିବା ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୨୪ ନଭେମ୍ବରରେ ଇପିଏଫ୍ଓରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ୫୪.୯୭% ୧୮-୨୫ ବୟସ ବର୍ଗର ଅଟନ୍ତି। ଅକ୍ଟୋବର ତୁଳନାରେ ଏହା ୯.୫୬% ଅଧିକ। ବେତନ ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୨.୪୦ ଲକ୍ଷ ନୂତନ ସଦସ୍ୟ ହେଉଛନ୍ତି ମହିଳା। ଏହି ସଂଖ୍ୟାରେ ମାସିକ ଅଭିବୃଦ୍ଧି ୧୪.୯୪% ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ଏହି ଆକଳନ ବାର୍ଷିକ ୨୩.୬୨% ଅଭିବୃଦ୍ଧି ଦର୍ଶାଉଛି। ଦେଶର ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ନଭେମ୍ବର ମାସରେ ୨୦.୮୬% ନିଟ ସଦସ୍ୟ ଯୋଗ କରି ଆଗୁଆ ରହିଛି। ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ, ଦିଲ୍ଲୀ, ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନଭେମ୍ବରରେ ୫% ରୁ ଅଧିକ ସଦସ୍ୟଙ୍କୁ ଯୋଗଦାନ ଦେଇଛନ୍ତି।
The post ଇପିଏଫ୍ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ appeared first on Dharitri Odia News.