‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା
ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମ ତୁଫାନି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଇଶାନ କିଶନଙ୍କ ଜେଜେବାପାଙ୍କ ଏକ ବୟାନ ଇଣ୍ଟରନେଟ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତଥାପି, ବିସିସିଆଇ ଏବଂ ପୂର୍ବତନ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ସମାଲୋଚନା କରି ତାଙ୍କ ବକ୍ତବ୍ୟକୁ କ୍ରିକେଟରଙ୍କ ପିତା ପ୍ରତ୍ୟାଖ୍ୟାନ କରିଥିଲେ। ବିହାରର ଔରଙ୍ଗାବାଦରେ ଏକ ଖବର ସଂସ୍ଥା ସହିତ କଥାବାର୍ତ୍ତା ସମୟରେ ଇଶାନଙ୍କ ଜେଜେବାପା ରାମାନୁଗ୍ରହ ପାଣ୍ଡେ କହିଛନ୍ତି ଯେ ମୋ ନାତିର ଶତକ […] The post ‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା appeared first on Dharitri Odia News.
ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମ ତୁଫାନି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଇଶାନ କିଶନଙ୍କ ଜେଜେବାପାଙ୍କ ଏକ ବୟାନ ଇଣ୍ଟରନେଟ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତଥାପି, ବିସିସିଆଇ ଏବଂ ପୂର୍ବତନ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ସମାଲୋଚନା କରି ତାଙ୍କ ବକ୍ତବ୍ୟକୁ କ୍ରିକେଟରଙ୍କ ପିତା ପ୍ରତ୍ୟାଖ୍ୟାନ କରିଥିଲେ।
ବିହାରର ଔରଙ୍ଗାବାଦରେ ଏକ ଖବର ସଂସ୍ଥା ସହିତ କଥାବାର୍ତ୍ତା ସମୟରେ ଇଶାନଙ୍କ ଜେଜେବାପା ରାମାନୁଗ୍ରହ ପାଣ୍ଡେ କହିଛନ୍ତି ଯେ ମୋ ନାତିର ଶତକ ବିସିସିଆଇ ଏବଂ ରାହୁଲ ଦ୍ରାବିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା। ଏହି ବୟାନକୁ ସମର୍ଥନ କରି ଈଶାନଙ୍କ ବାପା ପ୍ରଣବ ପାଣ୍ଡେ କହିଛନ୍ତି ଯେ ବିସିସିଆଇ ନିୟମ ଅନୁସାରେ ଚାଲିଥାଏ, ଆମେ ଏହା ଉପରେ କୌଣସି ମନ୍ତବ୍ୟ ଦେବୁ ନାହିଁ।
ଦାଦା ରାମାନୁଗ ପାଣ୍ଡେ କହିଥିଲେ ଯେ ଇଶାନଙ୍କ ଶତକ ମୋତେ ବହୁତ ଖୁସି କରିଥିଲା। ଶତକ ମାରିବା ପରେ, ମୁଁ ଇଶାନଙ୍କ ସହ ଫୋନରେ କଥା ହୋଇଥିଲି। ମୁଁ ତାଙ୍କୁ କହିଲି ଯେ ତୁମେ ବିସିସିଆଇ ଏବଂ ରାହୁଲ ଦ୍ରାବିଡଙ୍କୁ ଶକ୍ତ ଚାପୁଡ଼ା ମାରିଛ। ଏହି ଲୋକମାନେ ତୁମକୁ ଗୋଟିଏ ବର୍ଷ ପାଇଁ ଭାରତୀୟ ଦଳରେ ନେଉ ନଥିଲେ।
ମୁଁ ଇଶାନର ମାଆଙ୍କୁ ମଧ୍ୟ କହିଲି ଯେ ତୁମ ପୁଅ ରାହୁଲକୁ ଚାପୁଡ଼ା ମାରିଛି। ଏହା ଉପରେ ତାଙ୍କ ମାଆ କହିଲେ ଯେ ରାହୁଲ କିଏ? ମୁଁ କହିଲି ରାହୁଲ ଦ୍ରାବିଡ। ସେ ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ। ସେ (ରାହୁଲ ଦ୍ରାବିଡ) ଦୁଃଖିତ ମୁହଁରେ ବସି ଇଶାନଙ୍କ ବ୍ୟାଟିଂ ଦେଖୁଥିଲେ।
The post ‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା appeared first on Dharitri Odia News.