ଉଡ଼ିଗଲା ଫ୍ଲାଇଟ ଡୋର୍, ଖସିପଡ଼ିଲା ଫୋନ, ତଥାପି ଭାଙ୍ଗିଲାନି

୧୬ ହଜାର ଫୁଟ ଉପରୁ ପଡ଼ି ମଧ୍ୟ ଅକ୍ଷତ.. କଥାଟି ଯେତେ ଆଶ୍ଚର୍ଯ୍ୟକର, ସେତେ ଅସମ୍ଭବ । ତଥାପି ଏପରି ଚମତ୍କାର ହୋଇଛି ।

ଉଡ଼ିଗଲା ଫ୍ଲାଇଟ ଡୋର୍, ଖସିପଡ଼ିଲା ଫୋନ, ତଥାପି ଭାଙ୍ଗିଲାନି

୧୬ ହଜାର ଫୁଟ ଉପରୁ ପଡ଼ି ମଧ୍ୟ ଅକ୍ଷତ.. କଥାଟି ଯେତେ ଆଶ୍ଚର୍ଯ୍ୟକର, ସେତେ ଅସମ୍ଭବ । ତଥାପି ଏପରି ଚମତ୍କାର ହୋଇଛି । ଆକାଶରେ ୧୬ ହଜାର ଫୁଟ ଉପରେ ଉଡ଼ୁଥିଲା ବିମାନ । ସେଥିରୁ ଖସି ପଡ଼ିଲା ଗୋଟେ ଆଇଫୋନ । ମିଳିବା ବେଳକୁ ଭାଙ୍ଗିନଥିଲା ଫୋନ । ପୁରା ଅକ୍ଷତ ଅବସ୍ଥାରେ ମିଳିଥିଲା ଆଇଫୋନ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆମେରିକାର ପୋର୍ଟଲାଣ୍ତ ସହରରେ ଗତ ଶନିବାର ଆଲାସ୍କା ଏୟାର ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଆକାଶକୁ ଉଠୁଥିଲା । ଏହାର କିଛି ସମୟ ମଧ୍ୟରେ ପବନ ଦ୍ୱାରା କବାଟ ଉଡ଼ି ଯାଇଥିଲା । ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ଭିତ୍ତିରେ ଅବତରଣ କରାଇବାକୁ ପଡ଼ିଥିଲା ।