ଉତ୍ତରପ୍ରଦେଶ ହାଥରସରେ ଅଘଟଣ, ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସରେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ। ମୃତକଙ୍କ ମଧ୍ଯରେ ୨୫ ମହିଳା ଓ ୨ ଜଣ... The post ଉତ୍ତରପ୍ରଦେଶ ହାଥରସରେ ଅଘଟଣ, ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ appeared first on .
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସରେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ। ମୃତକଙ୍କ ମଧ୍ଯରେ ୨୫ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି। ଭଗବାନ ଶିବଙ୍କ ଧାର୍ମିକ ଉତ୍ସବବେଳେ ଘଟିଥିଲା ଅଘଟଣ। ହାଥରସ ଅନ୍ତର୍ଗତ ରତିଭାନପୁରରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ଯରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ୧୫ରୁ ଅଧିକ ଆହତଙ୍କୁ ସ୍ଥାନୀୟ ଇଟାହ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛଇ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ରାଜକୁମାର ଅଗ୍ରୱାଲ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଲାଗି ପଦସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ। ଆହତମାନଙ୍କ ଯେପରି ଉପଯୁକ୍ତ ଚିକିତ୍ସା ହୋଇପାରିବ ସେଥିଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।
The post ଉତ୍ତରପ୍ରଦେଶ ହାଥରସରେ ଅଘଟଣ, ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ appeared first on .