ଉଦଯାପିତ ହେଲା ୭୩ତମ ଷ୍ଟେଟ୍ ପୋଲିସ ଆଥଲେଟିକ ମିଟ୍

କଟକ 25/02 : ୯ଟି ନୂଆ ରେକର୍ଡ ସହିତ ଉଦଯାପିତ ହେଲା ୭୩ ତମ ଷ୍ଟେଟ ପୋଲିସ ଆଥଲେଟିକ ମିଟ୍। ଡିଜିପି ଯୋଗେଶ ବହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ, କୃତି କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିଛନ୍ତି। ଏଥର ଓଏସଏପି କଟକ ଦଳଗତ ଚାମ୍ପିୟନ ହୋଇଛି ଏବଂ ମହିଳା ବର୍ଗରେ କେନ୍ଦୁଝରକୁ ଦଳଗତ ଚାମ୍ପିୟନ ଟ୍ରଫି ମିଳିଛି। ୪ ବର୍ଷ ବ୍ୟବଧାନରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ମିଟ୍ ହୋଇଥିଲା। ତେଣୁ ଓଡିଶା ପୋଲିସର କ୍ରୀଡ଼ାବିତମାନେ ସେଥିରେ କେତେ ସଫଳତା ହାସଲ କରିପାରିବେ, ତାହା ଥିଲା ଏକ ବିରାଟ ପ୍ରଶ୍ନ। କିନ୍ତୁ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ନୂଆ ପିଢ଼ିର କ୍ରୀଡ଼ାବିତ ମାନେ। ଏଥର ମୋଟ ୪୧ଟି ଟିମ୍ ଯୋଗ ଦେଇଥିଲେ। ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୭ ଶହ ୯୬ କ୍ରୀଡ଼ାବିତ ଭାଗ ନେଇଥିଲେ। ଯେହେତୁ ଏଥର ଅନେକ ନୂଆ ରେକର୍ଡ ହୋଇଛି, ତେଣୁ ଆଗକୁ ହେବାକୁ ଥିବା ନ୍ୟାସନାଲ ପୋଲିସ ଆଥଲେଟିକ ମିଟରେ ଓଡିଶାର ଭଲ ପ୍ରଦର୍ଶନ ରହିବ ବୋଲି ଆଶା ପ୍ରକଟ କରିଛନ୍ତି ଡିଜିପି।

ଉଦଯାପିତ ହେଲା ୭୩ତମ ଷ୍ଟେଟ୍ ପୋଲିସ ଆଥଲେଟିକ ମିଟ୍

କଟକ 25/02 : ୯ଟି ନୂଆ ରେକର୍ଡ ସହିତ ଉଦଯାପିତ ହେଲା ୭୩ ତମ ଷ୍ଟେଟ ପୋଲିସ ଆଥଲେଟିକ ମିଟ୍। ଡିଜିପି ଯୋଗେଶ ବହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ, କୃତି କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିଛନ୍ତି। ଏଥର ଓଏସଏପି କଟକ ଦଳଗତ ଚାମ୍ପିୟନ ହୋଇଛି ଏବଂ ମହିଳା ବର୍ଗରେ କେନ୍ଦୁଝରକୁ ଦଳଗତ ଚାମ୍ପିୟନ ଟ୍ରଫି ମିଳିଛି। 

୪ ବର୍ଷ ବ୍ୟବଧାନରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ମିଟ୍ ହୋଇଥିଲା। ତେଣୁ ଓଡିଶା ପୋଲିସର କ୍ରୀଡ଼ାବିତମାନେ ସେଥିରେ କେତେ ସଫଳତା ହାସଲ କରିପାରିବେ, ତାହା ଥିଲା ଏକ ବିରାଟ ପ୍ରଶ୍ନ। କିନ୍ତୁ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ନୂଆ ପିଢ଼ିର କ୍ରୀଡ଼ାବିତ ମାନେ। ଏଥର ମୋଟ ୪୧ଟି ଟିମ୍ ଯୋଗ ଦେଇଥିଲେ। ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୭ ଶହ ୯୬ କ୍ରୀଡ଼ାବିତ ଭାଗ ନେଇଥିଲେ। ଯେହେତୁ ଏଥର ଅନେକ ନୂଆ ରେକର୍ଡ ହୋଇଛି, ତେଣୁ ଆଗକୁ ହେବାକୁ ଥିବା ନ୍ୟାସନାଲ ପୋଲିସ ଆଥଲେଟିକ ମିଟରେ ଓଡିଶାର ଭଲ ପ୍ରଦର୍ଶନ ରହିବ ବୋଲି ଆଶା ପ୍ରକଟ କରିଛନ୍ତି ଡିଜିପି।