ଉନ୍ନତ ଭାରତ ଅଭିଯାନ ସହ ଏଲ୍ଏମ୍ଆଇର ସହଭାଗିତା
ନୂଆଦିଲ୍ଲୀ,୮।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଭିଡି ଉତ୍ପାଦର ନିର୍ମାତା ଲର୍ଡସ ମାର୍କ ଇଣ୍ଡଷ୍ଟ୍ରିଜ (ଏଲ୍ଏମ୍ଆଇ) ଏବଂ ଭାରତ ସରକାରଙ୍କର ଜାତୀୟ ପ୍ରୋଗ୍ରାମ ଉନ୍ନତ ଭାରତ ଅଭିଯାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ ବା ଆଇଆଇଟି ଦିଲ୍ଲୀର ଫାଉଣ୍ଡେଶନ ଫର୍ ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ବା ଫିଟର ଜରିଆରେ ଇ ସ୍ମାର୍ଟ କ୍ଲିନିକ ପ୍ରୋଜେକ୍ଟର କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ସାରା […] The post ଉନ୍ନତ ଭାରତ ଅଭିଯାନ ସହ ଏଲ୍ଏମ୍ଆଇର ସହଭାଗିତା appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଭିଡି ଉତ୍ପାଦର ନିର୍ମାତା ଲର୍ଡସ ମାର୍କ ଇଣ୍ଡଷ୍ଟ୍ରିଜ (ଏଲ୍ଏମ୍ଆଇ) ଏବଂ ଭାରତ ସରକାରଙ୍କର ଜାତୀୟ ପ୍ରୋଗ୍ରାମ ଉନ୍ନତ ଭାରତ ଅଭିଯାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ ବା ଆଇଆଇଟି ଦିଲ୍ଲୀର ଫାଉଣ୍ଡେଶନ ଫର୍ ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ବା ଫିଟର ଜରିଆରେ ଇ ସ୍ମାର୍ଟ କ୍ଲିନିକ ପ୍ରୋଜେକ୍ଟର କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି।
ଉଲ୍ଲେଖଯୋଗ୍ୟ, ରାଜକୋଟ ଏମ୍ସ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଉକ୍ତ ପ୍ରକଳ୍ପର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଏଲ୍ଏମ୍ଆଇର ଇଡି ମାନବ ତେଲି କହିଛନ୍ତି, ସାରା ଦେଶରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଇ ସ୍ମାର୍ଟ କ୍ଲିନିକ୍ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରକଳ୍ପ ସହ ଜଡ଼ିତ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଜାତୀୟ ପ୍ରୋଗ୍ରାମ ଉନ୍ନତ ଭାରତ ଅଭିଯାନରେ ସହଭାଗିତା କରି ଆମେ ଆନନ୍ଦିତ ହୋଇଛୁ। ସେହିଭଳି ଫିଟର ଜାତୀୟ କୋଡିନେଟର ତଥା ଆଇଆଇଟି ଦିଲ୍ଲୀର ଭିଜେନ୍ଦ୍ର କୁମାର ବିଜୟ କହିଥିଲେ, ଲର୍ଡସ ସହ ସହଭାଗିତା କରି ଆମେ ଏହି ମିଶନକୁ ସାରା ଦେଶରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ।
The post ଉନ୍ନତ ଭାରତ ଅଭିଯାନ ସହ ଏଲ୍ଏମ୍ଆଇର ସହଭାଗିତା appeared first on Dharitri Odia News.