ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ
ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିବା ସୁକାନ୍ତ କୁମାର ନାୟକ ଗତ ୨୦୧୯ ନିର୍ବାଚନରେ ନିଜର ପ୍ରାର୍ଥତ୍ତ୍ୱ ଅସୁରକ୍ଷିତ ମନେକରି ଭାଜପାରେ ଯୋଗଦେଇ ଟିକେଟ ହାତେଇଥିଲେ। ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ସେ ମାତ୍ର ୧,୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସୁକାନ୍ତ ଗତ ୧୦ବର୍ଷ ମଧ୍ୟରେ ନୀଳଗିରି ଅଞ୍ଚଳରେ […] The post ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ appeared first on Dharitri Odia News.
ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିବା ସୁକାନ୍ତ କୁମାର ନାୟକ ଗତ ୨୦୧୯ ନିର୍ବାଚନରେ ନିଜର ପ୍ରାର୍ଥତ୍ତ୍ୱ ଅସୁରକ୍ଷିତ ମନେକରି ଭାଜପାରେ ଯୋଗଦେଇ ଟିକେଟ ହାତେଇଥିଲେ। ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ସେ ମାତ୍ର ୧,୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସୁକାନ୍ତ ଗତ ୧୦ବର୍ଷ ମଧ୍ୟରେ ନୀଳଗିରି ଅଞ୍ଚଳରେ ନିଜର ଏକ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିଛନ୍ତି। ଅନ୍ୟପକ୍ଷରେ ସନ୍ତୋଷ ଖଟୁଆ ନୀଳଗିରି ଅଞ୍ଚଳର ହୋଇ ନ ଥିଲେ ମଧ୍ୟ ୨୦୧୪ରୁ ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତରେ ନିଜ ଫାର୍ମ ହାଉସ୍ରେ ରହି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଗତ ୨୦୧୯ରେ ସେ ଭାଜପା ପ୍ରାର୍ଥୀ ଭାବେ ନୀଳଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ଏକପ୍ରକାର ସିଦ୍ଧାନ୍ତ ହୋଇଥିବା ବେଳେ ହଠାତ୍ ବିଧାୟକ ସୁକାନ୍ତ ବିଜେଡି ଛାଡ଼ି ଭାଜପାରେ ଯୋଗଦେବାରୁ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ ସନ୍ତୋଷ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା।
୬୭,୯୪୦ ଭୋଟ୍ ପାଇଥିବା ବେଳେ ସୁକାନ୍ତ ୬୯,୫୧୭ ଭୋଟ ପାଇ ବିଜୟୀ ହୋଇଥିଲେ। ସେବେଠାରୁ ସନ୍ତୋଷ ବିଜେଡିରେ ରହି ଦଳର ସବୁ ସାଙ୍ଗଠନିକ କାର୍ଯ୍ୟ କରିଆସୁଛନ୍ତି। ଦଳର ବରିଷ୍ଠ ନେତାଙ୍କର ମଧ୍ୟ ତାଙ୍କ ଉପରେ ଭରସା ରହିଛି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିବ ବୋଲି ସମର୍ଥକମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ନୀଳଗିରି ବିଧାୟକ ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗଦେବା ପରେ କର୍ମୀ ଓ ନେତାଙ୍କର ସମୀକରଣ ପରିବର୍ତ୍ତନ ହେଉଛି। ସମସ୍ତେ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଦଳର ନିର୍ବାଚିତ ନେତା ଓ କର୍ମୀମାନେ ଖଟୁଆଙ୍କୁ ପ୍ରାର୍ଥୀ କରିବା ନେଇ ଦଳର ମୁଖିଆଙ୍କୁ ଜଣାଇ ଦେଇଥିବା ବେଳେ ସୁକାନ୍ତଙ୍କୁ ଗ୍ରହଣ କରିପାରୁନାହାନ୍ତି। ଗତ ୨୦୧୯ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ସୁକାନ୍ତ ଦଳର କର୍ମୀମାନଙ୍କୁ ଛାଡ଼ି ଦେଇ ଯେଉଁ ବିଶ୍ୱାସଘାତ କରିଛନ୍ତି ସେମାନେ ମନେ ପକାଇ ସଭାସମିତିରେ ବଖାଣୁଛନ୍ତି। ସୁକାନ୍ତଙ୍କ ସହ ଦଳ ଛାଡ଼ି ଭାଜପାକୁ ଯାଇଥିବା କର୍ମୀମାନେ ମଧ୍ୟ ବିଜେଡିକୁ ଫେରିଛନ୍ତି। କିନ୍ତୁ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଉଭୟ ନେତା ଓ ସମର୍ଥକ ବାରମ୍ବାର ଶଙ୍ଖ ଭବନ ଗସ୍ତ କରୁଥିବା ଦେଖାଯାଉଛି। ବରିଷ୍ଠ ନେତାମାନେ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରୁଛନ୍ତି। ଏପରିକି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି। ଖଟୁଆ ବିଭିନ୍ନ ସ୍ଥାନରେ ସଭା ଓ କର୍ମୀ ସମ୍ମିଳନୀ ନାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ତ, ସୁକାନ୍ତ ବିଜେଡିର କର୍ମୀ ଓ ନେତାଙ୍କୁ ମନାଇବାରେ ବ୍ୟସ୍ତ ରହୁଛନ୍ତି। ଟିକେଟ ୱାର୍ର ଏହି ହାଇଡ୍ରାମାରେ କାହାର ବିଜୟ ହେବ, ଆଉ କିଏ ନିରାଶ ହେବେ ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟରେ ଭାଜପା ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା ନ କରି ଜାଲ ପକାଇ ବସିଛନ୍ତି, କିଏ ଖସିବ ଏବଂ କାହା ଜାଲରେ ପଡ଼ିବ ତାକୁ ନେଇ ରାଜନୈତିକ ପଶାପାଲିରେ ଗୋଟି ବନାଇବା ସୁଯୋଗରେ ରହିଛନ୍ତି ଉଭୟ ଦଳ।
The post ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ appeared first on Dharitri Odia News.