ଏଡିଜେ କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ

ବାଲିଗୁଡା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଟପ୍‌ ମାଓବାଦୀ ନେତା ଆଜାଦ କନ୍ଧମାଳ ଜିଲା ବାଲିଗୁଡା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ କଡା ସୁରକ୍ଷାରେ ବାଲିଗୁଡାକୁ ଅଣାଯାଇଛି। ଅତିରିକ୍ତ ଜିଲା ଜଜ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା। ଆଜାଦଙ୍କ ନାମରେ ତିନିଟି କେଶ ରହିଛି। ତିନିଟି କେସର ଆଜି ଚାର୍ଜ ହୋଇଛି। କେସ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ ନମ୍ବର ୨୦/ ୨୦୦୮ରେ […] The post ଏଡିଜେ କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ appeared first on Dharitri Odia News.

ଏଡିଜେ କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ

ବାଲିଗୁଡା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଟପ୍‌ ମାଓବାଦୀ ନେତା ଆଜାଦ କନ୍ଧମାଳ ଜିଲା ବାଲିଗୁଡା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ କଡା ସୁରକ୍ଷାରେ ବାଲିଗୁଡାକୁ ଅଣାଯାଇଛି। ଅତିରିକ୍ତ ଜିଲା ଜଜ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା। ଆଜାଦଙ୍କ ନାମରେ ତିନିଟି କେଶ ରହିଛି। ତିନିଟି କେସର ଆଜି ଚାର୍ଜ ହୋଇଛି। କେସ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ ନମ୍ବର ୨୦/ ୨୦୦୮ରେ ସାରଙ୍ଗଡ଼ରେ ବୋମା ଫୁଟାଇବା ନିମନ୍ତେ ରାସ୍ତାରେ ବୋମା ଖଞ୍ଜି ରଖିବା (ଲ୍ୟାଣ୍ଡମାଇନ), ବ୍ରାହ୍ମଣିଗାଁ ଥାନାରେ ଦୁଇଟି ମାମଲା ଯଥା କେସ ନମ୍ବର ୧୪/୨୦୦୮ ଓ ୧୫/୨୦୦୮ ଏଥି ମଧ୍ୟରୁ ଗୋଟିଏ ମର୍ଡର କେସ ଓ ଅନ୍ୟଟି ବ୍ରାହ୍ମଣିଗାଁ ଦାରିଙ୍ଗବାଡି ରାସ୍ତାରେ ଲ୍ୟାଣ୍ଡ ମାଇନ ଲଗାଇବା ଭଳି ଅଭିଯୋଗ ରହିଛି। ସେ ବିଚାରପତିଙ୍କ ପାଖରେ ଆଜି ହାଜର ହୋଇଥିଲେ। କୋର୍ଟରେ ହାଜର ହେବା ପରେ ତାଙ୍କୁ ବାଲିଗୁଡା ଉପକାରାଗାରକୁ ପଠାଯାଇ ସେଠାରୁ ପୁଣି ତାଙ୍କୁ ପୁଣି ଝାଡପଡ଼ା ଜେଲକୁ ପଠାଯିବା ନେଇ ଓକିଲ ସୁରେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

The post ଏଡିଜେ କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ appeared first on Dharitri Odia News.