ଏଣିକି ନିଜ ଲଢ଼େଇ ନିଜର

ଦେବଗଡ଼,୬।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ବୁଢାପାଳସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଗତ ମାସ ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡାକ୍ତର ଭାରତ ଭୂଷଣ ନନ୍ଦ ଓ ଶିକ୍ଷା ବିଭାଗ ମୁଖ୍ୟ ଡାକ୍ତର ର୍ନିମଳ ଚନ୍ଦ୍ର ଦାଶ, ଡାକ୍ତର ସୁରମା ପତି, ଡାକ୍ତର ଜଗବନ୍ଧୁ […] The post ଏଣିକି ନିଜ ଲଢ଼େଇ ନିଜର appeared first on Dharitri Odia News.

ଏଣିକି ନିଜ ଲଢ଼େଇ ନିଜର

ଦେବଗଡ଼,୬।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ବୁଢାପାଳସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଗତ ମାସ ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡାକ୍ତର ଭାରତ ଭୂଷଣ ନନ୍ଦ ଓ ଶିକ୍ଷା ବିଭାଗ ମୁଖ୍ୟ ଡାକ୍ତର ର୍ନିମଳ ଚନ୍ଦ୍ର ଦାଶ, ଡାକ୍ତର ସୁରମା ପତି, ଡାକ୍ତର ଜଗବନ୍ଧୁ ପ୍ରଧାନ, ଦୀପକ କୁମାର ସାହୁ, ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସାଂପ୍ରତିକ ପରିସ୍ଥିତିରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିରର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ହାସଲ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ରୀନା ବିଶ୍ୱାଳ ପରିଚାଳନା କରିଥିବା ବେଳେ ଶେଷରେ ଡାକ୍ତର ଭାରତ ଭୂଷଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ତଥା ସଂଯୋଜିକା ରୀନା ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ପ୍ରଶିକ୍ଷିକା ଭାବେ ଲିଜା ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ।

The post ଏଣିକି ନିଜ ଲଢ଼େଇ ନିଜର appeared first on Dharitri Odia News.