ଏନ୍ଭିସିଏଲ୍ର ନୁଭୋ ମାସୋନ ଶୁଭାରମ୍ଭ
ଭୁବନେଶ୍ୱର,୨୮।୯: ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡ୍ (ଏନ୍ଭିସିଏଲ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଶୁଭାରମ୍ଭ ପଶ୍ଚିମବଙ୍ଗର ପାନାଗଡ଼ଠାରେ ହୋଇଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସୋସିଆଲ ରେସ୍ପନ୍ସବିଲିଟି (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ବିଶେଷ କରି ଅଣସଂଗଠିତ ରାଜମିସ୍ତ୍ରି ସମୁଦାୟକୁ ଉପକୃତ କରିବା ପାଇଁ କମ୍ପାନୀର ସିଏସ୍ଆର୍ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏକ ରାଜମିସ୍ତ୍ରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏମ୍ସି ସଦସ୍ୟ, ସରକାରୀ ଅଧିକାରୀ, ମାସୋନ […] The post ଏନ୍ଭିସିଏଲ୍ର ନୁଭୋ ମାସୋନ ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୨୮।୯: ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡ୍ (ଏନ୍ଭିସିଏଲ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଶୁଭାରମ୍ଭ ପଶ୍ଚିମବଙ୍ଗର ପାନାଗଡ଼ଠାରେ ହୋଇଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସୋସିଆଲ ରେସ୍ପନ୍ସବିଲିଟି (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ବିଶେଷ କରି ଅଣସଂଗଠିତ ରାଜମିସ୍ତ୍ରି ସମୁଦାୟକୁ ଉପକୃତ କରିବା ପାଇଁ କମ୍ପାନୀର ସିଏସ୍ଆର୍ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏକ ରାଜମିସ୍ତ୍ରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏମ୍ସି ସଦସ୍ୟ, ସରକାରୀ ଅଧିକାରୀ, ମାସୋନ ଟ୍ରେନିଂ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ନୁଭୋକୋର ପାନାଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ମୁଖ୍ୟ ପବନ ରୟାଲ, ଇନ୍ଦିରା ଚକ୍ରବର୍ତ୍ତୀ (କୋଟା ଗ୍ରାମ ପଞ୍ଚାୟତର ପ୍ରଧାନ) ଉଦ୍ଘାଟନ କରିଥିଲେ।
ଏ ସମ୍ପର୍କରେ ନୁଭୋକୋର ପାନାଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ହେଡ୍ ପବନ ରୟାଲ କହିଛନ୍ତି, ନୁଭୋ ମିଶନ ଦକ୍ଷତା ବିକାଶ ଓ ସାମାଜିକ ଦାୟିତ୍ୱ ମାଧ୍ୟମରେ ସମୁଦାୟ ସଶକ୍ତୀକରଣ ପ୍ରତି ଆମର ସମର୍ପଣକୁ ପ୍ରତିଫଳନ କରୁଛି। ଏପରିକି ଅଣସଂଗଠିତ କ୍ଷେତ୍ରରେ ଯୁବପିଢ଼ି ଓ ଶ୍ରମିକମାନଙ୍କୁ ରାଜମିସ୍ତ୍ରି କାର୍ଯ୍ୟର ଜରୁରୀ ଦକ୍ଷତା ପ୍ରଦାନକରି ଆମେ ଆର୍ଥିକ ସ୍ବାଧୀନତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଜୀବନର ମାନକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ସେମାନଙ୍କର ବୈଷୟିକ କ୍ଷମତାକୁ ଆହୁରି ଉନ୍ନତ କରୁଛି ଏବଂ ଜୀବିକା ପାଇଁ ନୂତନ ମାର୍ଗ ସୃଷ୍ଟି କରୁଛି। ନୁଭୋ ମାସୋନ ହେଉଛି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯାହାକୁ ଶ୍ରମିକମାନଙ୍କର ରାଜମିସ୍ତ୍ରି ଦକ୍ଷତାକୁ ଉନ୍ନତ କରିବା, ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ପରିକଳ୍ପନା କରାଯାଇଛି। ୫୦ଜଣ ଅଂଶଗ୍ରହଣକାରୀଙ୍କୁ କମ୍ପାନୀର ପାନାଗଡ଼ ସିମେଣ୍ଟ ପ୍ଲାଣ୍ଟ ଆଖାପାଖର ଗ୍ରାମଗୁଡିକରୁ ଚୟନ କରାଯାଇଛି, ଯେଉଁମାନେ କି ପ୍ରଶିକ୍ଷଣ ପାଇବେ।
The post ଏନ୍ଭିସିଏଲ୍ର ନୁଭୋ ମାସୋନ ଶୁଭାରମ୍ଭ appeared first on Dharitri Odia News.