ଏଫ୍‌ବିଆଇ ମୁଖ୍ୟ ହେଲେ କାଶ୍‌ ପଟେଲ

ୱାସିଂଟନ: ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲ ଆମେରିକାର ତଦନ୍ତକାରୀ ସଂସ୍ଥା ‘ଏଫ୍‌ବିଆଇ’ର ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଆମେରିକା ସିନେଟ୍‌ କାଶ୍‌ ପଟେଲଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିକୁ ବିରୋଧ କରି କେତେକ ଡେମୋକ୍ରାଟିକ୍‌ ନେତା କହିଛନ୍ତି ଯେ ପଟେଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଜେଣ୍ଡାକୁ ଅନ୍ଧ ଭଳି ସମର୍ଥନ କରିବେ ଏବଂ ତାଙ୍କର କମ୍‌ ଅଭିଜ୍ଞତା ଯୋଗୁଁ ସମସ୍ୟା ଉପୁଜିବ। ୪୪ ବର୍ଷୀୟ କାଶ୍‌ ଏଫ୍‌ବିଆଇ ମୁଖ୍ୟ ହେବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ […]

ଏଫ୍‌ବିଆଇ ମୁଖ୍ୟ ହେଲେ କାଶ୍‌ ପଟେଲ

ୱାସିଂଟନ: ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲ ଆମେରିକାର ତଦନ୍ତକାରୀ ସଂସ୍ଥା ‘ଏଫ୍‌ବିଆଇ’ର ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଆମେରିକା ସିନେଟ୍‌ କାଶ୍‌ ପଟେଲଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିକୁ ବିରୋଧ କରି କେତେକ ଡେମୋକ୍ରାଟିକ୍‌ ନେତା କହିଛନ୍ତି ଯେ ପଟେଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଜେଣ୍ଡାକୁ ଅନ୍ଧ ଭଳି ସମର୍ଥନ କରିବେ ଏବଂ ତାଙ୍କର କମ୍‌ ଅଭିଜ୍ଞତା ଯୋଗୁଁ ସମସ୍ୟା ଉପୁଜିବ। ୪୪ ବର୍ଷୀୟ କାଶ୍‌ ଏଫ୍‌ବିଆଇ ମୁଖ୍ୟ ହେବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକୀୟ। ସେ ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଘନିଷ୍ଠ ସହଯୋଗୀ।