ଏବେ ଔଷଧ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ, ପ୍ରଭାବିତ ହୋଇପାରେ ୮୬ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି । ଟ୍ରମ୍ପ କହିଛନ୍ତି ଆଗକୁ ଆମେରିକାକୁ ଆମଦାନୀ ହେଉଥିବା ଔଷଧ ଉପରେ ବି ଲାଗିବ ଟାରିଫ। ଯାହାକୁ ନେଇ ଏବେ ଚିନ୍ତାରେ ଭାରତୀୟ ଫାର୍ମା କମ୍ପାନି। ବଡ଼ କଥା ହେଲା ଟ୍ରମ୍ପଙ୍କ ଏହି ଘୋଷଣା ପରେ ମଙ୍ଗଳବାର ଅନେକ ଭାରତୀୟ ଫାର୍ମା କମ୍ପାନିଙ୍କ ଶେୟାର ୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ଟ୍ରମ୍ପଙ୍କ କହିଛନ୍ତି ବିଦେଶରୁ ଆମଦାନୀ ହେଉଥିବା ଔଷଧ କାରଣରୁ ଆମେରିକାର ଔଷଧ ଇଣ୍ଡଷ୍ଟ୍ରି ଦୁର୍ବଳ ହେଉଛି। ଖାସକରି ଭାରତ ଏବଂ ଚୀନରୁ ଆସୁଥିବା ଶସ୍ତା ଔଷଧ କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ତେଣୁ ଆମଦାନୀ ହେଉଥିବା ଔଷଧ ଉପରେ ଟାରିଫ ଲଗାଇବା ଦ୍ବାରା ବିଦେଶୀ କମ୍ପାନିମାନେ ଆମେରିକାରେ ଫ୍ୟାକ୍ଟ୍ରି ଲଗାଇବାକୁ ବାଧ୍ୟ ହେବେ। ଏହାଦ୍ବାରା ନିଯୁକ୍ତି ବଢ଼ିବ ଏବଂ ଆମେରିକା ଔଷଧ ଉତ୍ପାଦନରେ ଆତ୍ମନିର୍ଭର ହେବ। ତେବେ ଟ୍ରମ୍ପ କେତେ ଟାରିଫ୍‌ ଲଗାଇବେ ତାହା ସ୍ପଷ୍ଟ ହୋଇନଥିବାବେଳେ, ଗଣମାଧ୍ୟମ ରିପୋର୍ଟ ଅନୁସାରେ ୧୦ରୁ ୨୫% ଟାରିଫ୍‌ ଲଗାଯାଇପାରେ। ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଟ୍ରମ୍ପ ଫାର୍ମା ଟାରିଫ୍ କଥା କହିଥିଲେ। ଅବଶ୍ୟ ପରେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ କରିଥିଲେ। ହେଲେ ଏବେ ପୁଣିଥରେ ଔଷଧ ଉପରେ ଟାରିଫ ଲଗାଇବାକୁ ନେଇ ଟ୍ରମ୍ପଙ୍କ ବୟାନ ବଜାରରେ ଅନିଶ୍ଚିତତା ବଢ଼ାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଟାରିଫ ଲାଗୁ

ଏବେ ଔଷଧ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ, ପ୍ରଭାବିତ ହୋଇପାରେ ୮୬ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି । ଟ୍ରମ୍ପ କହିଛନ୍ତି ଆଗକୁ ଆମେରିକାକୁ ଆମଦାନୀ ହେଉଥିବା ଔଷଧ ଉପରେ ବି ଲାଗିବ ଟାରିଫ। ଯାହାକୁ ନେଇ ଏବେ ଚିନ୍ତାରେ ଭାରତୀୟ ଫାର୍ମା କମ୍ପାନି। ବଡ଼ କଥା ହେଲା ଟ୍ରମ୍ପଙ୍କ ଏହି ଘୋଷଣା ପରେ ମଙ୍ଗଳବାର ଅନେକ ଭାରତୀୟ ଫାର୍ମା କମ୍ପାନିଙ୍କ ଶେୟାର ୪% ପର୍ଯ୍ୟନ୍ତ ହ୍ରାସ ପାଇଛି। 

ଟ୍ରମ୍ପଙ୍କ କହିଛନ୍ତି ବିଦେଶରୁ ଆମଦାନୀ ହେଉଥିବା ଔଷଧ କାରଣରୁ ଆମେରିକାର ଔଷଧ ଇଣ୍ଡଷ୍ଟ୍ରି ଦୁର୍ବଳ ହେଉଛି। ଖାସକରି ଭାରତ ଏବଂ ଚୀନରୁ ଆସୁଥିବା ଶସ୍ତା ଔଷଧ କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ତେଣୁ ଆମଦାନୀ ହେଉଥିବା ଔଷଧ ଉପରେ ଟାରିଫ ଲଗାଇବା ଦ୍ବାରା ବିଦେଶୀ କମ୍ପାନିମାନେ ଆମେରିକାରେ ଫ୍ୟାକ୍ଟ୍ରି ଲଗାଇବାକୁ ବାଧ୍ୟ ହେବେ। ଏହାଦ୍ବାରା ନିଯୁକ୍ତି ବଢ଼ିବ ଏବଂ ଆମେରିକା ଔଷଧ ଉତ୍ପାଦନରେ ଆତ୍ମନିର୍ଭର ହେବ। ତେବେ ଟ୍ରମ୍ପ କେତେ ଟାରିଫ୍‌ ଲଗାଇବେ ତାହା ସ୍ପଷ୍ଟ ହୋଇନଥିବାବେଳେ, ଗଣମାଧ୍ୟମ ରିପୋର୍ଟ ଅନୁସାରେ ୧୦ରୁ ୨୫% ଟାରିଫ୍‌ ଲଗାଯାଇପାରେ। 

ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଟ୍ରମ୍ପ ଫାର୍ମା ଟାରିଫ୍ କଥା କହିଥିଲେ। ଅବଶ୍ୟ ପରେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ କରିଥିଲେ। ହେଲେ ଏବେ ପୁଣିଥରେ ଔଷଧ ଉପରେ ଟାରିଫ ଲଗାଇବାକୁ ନେଇ ଟ୍ରମ୍ପଙ୍କ ବୟାନ ବଜାରରେ ଅନିଶ୍ଚିତତା ବଢ଼ାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଟାରିଫ ଲାଗୁଛି ତେବେ ଭାରତୀୟ ଫାର୍ମା କମପାନିଙ୍କ ଆୟ ଉପରେ ବଡ଼ ପ୍ରଭାବ ପଡ଼ିପାରେ। କାରଣ ସେମାନଙ୍କ ଆୟର ବଡ଼ ଅଂଶ ଆମେରିକାରୁ ଆସୁଛି।

ସୂଚନାଥାଉକି, ଭାରତ ଆମେରିକାର ବଡ଼ ସପ୍ଲାୟର। ଭାରତରୁ ଆମେରିକାକୁ ପ୍ରତିବର୍ଷ ୧୦ ବିଲିୟନ ଡଲାର ପ୍ରାୟ ୮୬ ହଜାର ୨୦୦ କୋଟି ଟଙ୍କାର ଔଷଧ ରପ୍ତାନୀ ହୋଇଥାଏ। ଯାହା ଆମେରିକାର ସମୁଦାୟ ଫାର୍ମା ଆମଦାନୀର ୬%। ଭାରତରୁ ଶସ୍ତା ଜେନେରିକ ଔଷଧ ଆମେରିକା ଯାଇଥାଏ। ଯାହା ସେଠିକାର ଲୋକଙ୍କୁ ମଧ୍ୟ ଖୁବ୍ ସୁଲଭ ମୂଲ୍ୟରେ ମିଳିଥାଏ। ହେଲେ ଯଦି ଟାରିଫ୍ ଲାଗୁଛି, ତେବେ ଏହି ଔଷଧର ଦାମ ବଢ଼ିଯିବ। ଯାହାଦ୍ବାରା ଏହାର ବିକ୍ରି ସେଠାରେ କମିଯିବ। ଭାରତୀୟ କମ୍ପାନି ଯେମିତିକି ସନ ଫାର୍ମା, ଡା. ରେଡ୍ଡିଜ୍ ଏବଂ ଅରୋବିନ୍ଦୋ ଫାର୍ମା ଉପରେ ମଧ୍ୟ ପ୍ରଭାବ ପଡ଼ିବ। ବିଶେଷଜ୍ଞଙ୍କ ଅନୁସାରେ ଏହି କମ୍ପାନିଙ୍କ ଶେୟାରରେ ଅଧିକ ହ୍ରାସ ଆସିପାରେ।

ସେପଟେ ଭାରତ ସରକାର ଏହି ପ୍ରସଙ୍ଗକୁ ନେଇ ସତର୍କ ଅଛନ୍ତି। ରିପୋର୍ଟ ଅନୁସାରେ, ଭାରତ ଆମେରିକା ମଧ୍ୟରେ ହେବାକୁ ଥିବା ଟ୍ରେଡ ଡିଲ୍ ପୂର୍ବରୁ ଯେପରି କୌଣସି ନୂଆ ଟାରିଫ୍ ଲାଗୁ ନହେବ ସେନେଇ ଧ୍ୟାନ ଦିଆଯାଉଛି। ଜୁଲାଇ ୯ ସୁଦ୍ଧା ଟ୍ରେଡ ଡିଲ ଫାଇନାଲ କରିବାକୁ ଚେଷ୍ଟା ଜାରି ରହିଛି। ଏହି ଡିଲ୍ ହେଲେ ହୁଏତ ଭାରତର ଔଷଧ ଇଣ୍ଡଷ୍ଟ୍ରି କ୍ଷତିରୁ ରକ୍ଷା ପାଇପାରିବ। ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରର ମଧ୍ୟ ଟ୍ରମ୍ପଙ୍କ ଅନିଶ୍ଚିତ ଆଭିମୁଖ୍ୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

ମଙ୍ଗଳବାର ମଧ୍ୟ ଟ୍ରମ୍ପଙ୍କ ଘୋଷଣା ପରେ ଗ୍ରାନୁଏଲ୍ସ ଇଣ୍ଡିଆ, ଲୁପିନ, ନେଟକୋଫାର୍ମ ଏବଂ ଅରୋବିନ୍ଦୋ ଫାର୍ମାର ଶେୟାର ସବୁଠୁ ଅଧିକ ୪% ପ୍ରତିଶତ ଖସିଛି। ଲାରସ ଲାବ୍ସ ଏବଂ ଡା. ରେଡିଜ ଲାବୋରେଟୋରିଜ୍‌ର ଶେୟାର ମଧ୍ୟ ୩%ରୁ ଅଧିକ ଖସିଛି। ସନ ଫାର୍ମା, ସିପଲା, ଗ୍ଲେନମାର୍କ ଏବଂ ନଟକୋ ଫାର୍ମା ଭଳି ବଡ଼ କମ୍ପାନିଙ୍କ ଶେୟାର ମଧ୍ୟ ୨-୨.୬% ଖସିଛି।