ଏସିଆ କପ୍ରେ ଭାରତୀୟ ଟିମ୍କୁ ଲାଗିଲା ବଡ଼ ଝଟ୍କା, ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍ରେ ଭାରତୀୟ ମହିଳା ଟିମ୍କୁ ବଡ଼ ଝଟ୍କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ ୭ ୱିକେଟ ଜିତିଥିଲା। ହେଲେ ବର୍ତ୍ତମାନ ଭାରତୀୟ ଦଳକୁ ଅଫ ସ୍ପିନର ଶ୍ରେୟଙ୍କା ପାଟିଲଙ୍କ ରୂପରେ ଏକ ବଡ ଝଟକା ଲାଗିଛି । ତାଙ୍କ ଆଙ୍ଗୁଠିରେ ଆଘାତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି […] The post ଏସିଆ କପ୍ରେ ଭାରତୀୟ ଟିମ୍କୁ ଲାଗିଲା ବଡ଼ ଝଟ୍କା, ବାଦ୍ ପଡ଼ିଲେ ଏହି ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍ରେ ଭାରତୀୟ ମହିଳା ଟିମ୍କୁ ବଡ଼ ଝଟ୍କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ ୭ ୱିକେଟ ଜିତିଥିଲା। ହେଲେ ବର୍ତ୍ତମାନ ଭାରତୀୟ ଦଳକୁ ଅଫ ସ୍ପିନର ଶ୍ରେୟଙ୍କା ପାଟିଲଙ୍କ ରୂପରେ ଏକ ବଡ ଝଟକା ଲାଗିଛି । ତାଙ୍କ ଆଙ୍ଗୁଠିରେ ଆଘାତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ଆଜି ୟୁଏଇ ଦଳ ବିପକ୍ଷ ମହିଳା ଟି -୨୦ ଏସିଆ କପରେ ଟିମ ଇଣ୍ଡିଆକୁ ଦ୍ୱିତୀୟ ମ୍ୟାଚ ଖେଳିବାକୁ ପଡିବ ।
ପାକିସ୍ତାନ ବିପକ୍ଷ ମ୍ୟାଚରେ କ୍ୟାଚ ନେବାବେଳେ ଶ୍ରେୟଙ୍କା ପାଟିଲ ଆହତ ହୋଇଥିଲେ। ଶ୍ରେୟଙ୍କାଙ୍କ ବାମ ହାତର ଛୋଟ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତଥାପି ଏହା ସତ୍ତ୍ୱେ ସେ ଏହି ମ୍ୟାଚରେ ବୋଲିଂ ଜାରି ରଖି ୨ ୱିକେଟ ନେଇ ୩.୨ ଓଭରରେ ମାତ୍ର ୧୪ ରନ ଦେଇଥିଲେ। ଶ୍ରେୟଙ୍କାଙ୍କ ଏହି ବୋଲିଂ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳ ୧୦୮ ରନ୍ ସ୍କୋରରେ ପାକିସ୍ତାନକୁ ହରାଇଥିଲା। ତେବେ ଏସିଆ କ୍ରିକେଟ ପରିଷଦ ଦେଇଥିବା ସୂଚନା ଅନୁଯାୟୀ, ଶ୍ରେୟଙ୍କାଙ୍କ ସ୍ଥାନରେ ବଦଳି ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ।
The post ଏସିଆ କପ୍ରେ ଭାରତୀୟ ଟିମ୍କୁ ଲାଗିଲା ବଡ଼ ଝଟ୍କା, ବାଦ୍ ପଡ଼ିଲେ ଏହି ଖେଳାଳି appeared first on Dharitri Odia News.