ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଗୌତମ ଗମ୍ଭୀର
କୋଲକତା,୨୦।୩: କିଛି ବର୍ଷର ବ୍ୟବଧାନ ପରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଫେରିଛନ୍ତି ଗୌତମ ଗମ୍ଭୀର। ଚଳିତ ବର୍ଷ ଆଇପିଏଲ ୨୦୨୪ରେ ମେଣ୍ଟର ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ଏକ ଇଭେଣ୍ଟରେ ମନ ଖୋଲା କହିଛନ୍ତି: ସେ କହିଛନ୍ତି, ମୁଁ ମୋର ୪୨ ବର୍ଷ କ୍ୟାରିୟର ମଧ୍ୟରେ ଯାହା କହି ନଥିଲି ଆଜି ସେକଥା କହିବାକୁ ଚାହୁଁଛି। ଆଜି ଯାଏ ମୁଁ ଖେଳିଥିବା ମହାନ କ୍ରିକେଟର, ସବୁଠାରୁ ନିଃସ୍ବାର୍ଥପର ବ୍ୟକ୍ତି, ଯାହାଙ୍କ ପାଇଁ ମୁଁ ଗୁଳି ମଧ୍ୟ ଖାଇପାରିବି, […] The post ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଗୌତମ ଗମ୍ଭୀର appeared first on Dharitri Odia News.
କୋଲକତା,୨୦।୩: କିଛି ବର୍ଷର ବ୍ୟବଧାନ ପରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଫେରିଛନ୍ତି ଗୌତମ ଗମ୍ଭୀର। ଚଳିତ ବର୍ଷ ଆଇପିଏଲ ୨୦୨୪ରେ ମେଣ୍ଟର ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ଏକ ଇଭେଣ୍ଟରେ ମନ ଖୋଲା କହିଛନ୍ତି: ସେ କହିଛନ୍ତି, ମୁଁ ମୋର ୪୨ ବର୍ଷ କ୍ୟାରିୟର ମଧ୍ୟରେ ଯାହା କହି ନଥିଲି ଆଜି ସେକଥା କହିବାକୁ ଚାହୁଁଛି। ଆଜି ଯାଏ ମୁଁ ଖେଳିଥିବା ମହାନ କ୍ରିକେଟର, ସବୁଠାରୁ ନିଃସ୍ବାର୍ଥପର ବ୍ୟକ୍ତି, ଯାହାଙ୍କ ପାଇଁ ମୁଁ ଗୁଳି ମଧ୍ୟ ଖାଇପାରିବି, ଯାହାକୁ ମୁଁ ଜୀବନରେ ବିଶ୍ୱାସ କରିପାରିବି, ସେ ହେଉଛନ୍ତି ରାୟନ ଟେନ ଡୋସ୍କେଟ। ଏକଥା ମୁଁ ଦମ୍ଭର ସହ କହିବା ପଛର କାରଣ ମଧ୍ୟ ରହିଛି। ୨୦୧୧ରେ ଅଧିନାୟକ ଭାବେ କେକେଆରର ମୋର ପ୍ରଥମ ମ୍ୟାଚ ଥାଏ। ଆମ ପାଖରେ କେବଳ ୪ ଜଣ ବିଦେଶୀ ଖେଳାଳି ରହିଥିଲେ। ରାୟନ ସେତେବେଳେ ୫୦ ଓଭର ବିଶ୍ୱକପରେ କମାଲ କରିଥିଲେ। ତଥାପି ଆମେ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥିଲୁ। ଏହି ସମୟରେ ରାୟନ ଆମ ପାଇଁ ପାଣି ବୋହି ନେଉଥିଲେ। ତାଙ୍କ ମୁହଁରେ କୌଣସି ପ୍ରକାରର ନିରାଶା ନ ଥିଲା। ସେ ମୋତେ ନିସ୍ବାର୍ଥପରର ଶିକ୍ଷା ଦେଇଛନ୍ତି। ରାୟନଙ୍କ ଭଳି ଟିମକୁ ଭଲ ପାଉଥିବା ଖେଳାଳି ମୁଁ ଆଜି ଯାଏ ଦେଖିନି। ତାଙ୍କ ଭଳି ଲୋକମାନେ ମୋତେ ଲିଡର ପରିଚୟ ଦେଇଛନ୍ତି।
ରାୟନ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି।
The post ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଗୌତମ ଗମ୍ଭୀର appeared first on Dharitri Odia News.