ଏହିଦିନ ରିଲିଜ୍ ହେବ କଙ୍ଗନାଙ୍କ 'ଏମର୍ଜେନ୍ସୀ'; ଫ୍ଲପ୍ ହେବ ନି ତ…
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସୀ' ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି।
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସୀ' ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। କଙ୍ଗନା ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍ରେ ଦେଖିବାକୁ ମିଳିଛି।
କଙ୍ଗନା ରାଣାୱତ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ଫିଲ୍ମର ପୋଷ୍ଟର ଶେୟାର କରିବାବେଳେ ସେ କ୍ୟାପ୍ସନ୍ରେ ଲେଖିଛନ୍ତି, “ଭାରତର ସବୁଠାରୁ ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଜୁନ୍ ୧୪, ୨୦୨୪ରେ ପ୍ରେକ୍ଷାଳୟରେ 'ଏମର୍ଜେନ୍ସୀ' ମୁକ୍ତିଲାଭ କରିବ। ଏହି ଇତିହାସର ସାକ୍ଷୀ ହୁଅନ୍ତୁ କାରଣ ସବୁଠାରୁ ଆକ୍ରମଣାତ୍ମକ ପ୍ରଧାନମନ୍ତ୍ରୀ ପ୍ରେକ୍ଷାଳୟରେ ଆସିବାକୁ ପ୍ରସ୍ତୁତ।”
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କଙ୍ଗନା କହିଛନ୍ତି ଯେ “'ଏମର୍ଜେନ୍ସୀ' ହେଉଛି ମୋର ସବୁଠୁ ବଡ ପ୍ରକଳ୍ପ ଏବଂ ‘ମଣିକର୍ଣ୍ଣିକା’ ପରେ ଏହା ମୋର ଦ୍ୱିତୀୟ ନିର୍ଦ୍ଦେଶନା। ଆମର ଏହି ବଡ ବଜେଟ୍ରେ ଏବଂ ପିରିୟଡ୍ ଡ୍ରାମା ପାଇଁ ଭାରତୀୟ ତଥା ଆନ୍ତର୍ଜାତୀୟ ପ୍ରତିଭାମାନେ ଏକାଠି ହୋଇଛନ୍ତି।” ଏହାପୂର୍ବରୁ ଏହି ଚଳଚ୍ଚିତ୍ର ଗତ ବର୍ଷ ନଭେମ୍ବର ୨୪ରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମନ, ଶ୍ରେୟସ ତଲପଡେ ଏବଂ ସ୍ୱର୍ଗତ ଅଭିନେତା ସତୀଶ କୌଶିକ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଏବଂ ତାଙ୍କ ରାଜନୈତିକ କାହାଣୀ ଉପରେ ଆଧାରିତ।
ଏହାପୂର୍ବରୁ କଙ୍ଗନା ରାଣାୱତ ଫିଲ୍ମ ‘ତେଜସ୍’ରେ ନଜର ଆସିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ବର୍ତ୍ତମାନ ରିଲିଜ୍ ହେବାକୁ ଥିବା 'ଏମର୍ଜେନ୍ସୀ' ଫ୍ଲପ୍ ହେବ କି ଭଲ ରୋଜଗାର କରିବ ତାହା ସମୟ କହିବ।