ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ

ଭୁବନେଶ୍ୱର,୪।୩: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିଇଏ)ର ୪ର୍ଥ ଦ୍ୱିବାର୍ଷିକ ସମ୍ମିଳନୀ ଏବଂ ଜେନେରାଲ ବଡି ମିଟିଂ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂଙ୍କ ସମେତ ଜେନେରାଲ ମ୍ୟାନେଜର ସ୍ବେତଭ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ଓଜିବିଇଏର ସଭାପତି ପ୍ରୀତମ ପୁହାଣଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ସଙ୍ଗଠନର ସାଧାରଣ ସମ୍ପାଦକ କୈବଲ୍ୟ ପ୍ରସାଦ ନାୟକ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ସୂଚନା […] The post ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ appeared first on Dharitri Odia News.

ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ

ଭୁବନେଶ୍ୱର,୪।୩: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିଇଏ)ର ୪ର୍ଥ ଦ୍ୱିବାର୍ଷିକ ସମ୍ମିଳନୀ ଏବଂ ଜେନେରାଲ ବଡି ମିଟିଂ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂଙ୍କ ସମେତ ଜେନେରାଲ ମ୍ୟାନେଜର ସ୍ବେତଭ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ଓଜିବିଇଏର ସଭାପତି ପ୍ରୀତମ ପୁହାଣଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ସଙ୍ଗଠନର ସାଧାରଣ ସମ୍ପାଦକ କୈବଲ୍ୟ ପ୍ରସାଦ ନାୟକ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଲିନ ମିଶ୍ର ଓ ଶିବକରଣ ଦ୍ୱିବେଦୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ ଓ କର୍ମଚାରୀଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ଦାବି ଉପସ୍ଥାପନ ସହ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀକୁ କର୍ମଚାରୀ ସଂଘର ସଦସ୍ୟ ସୌଭାଗ୍ୟ ମହାନ୍ତି, ଉତ୍ତମ ସେଠୀ, ଅମରେନ୍ଦ୍ର ରାଉତ, ବାବୁଲି ସ୍ବାଇଁ, ବିଶ୍ୱଜିତ୍‌ ମିଶ୍ର, ସୌମ୍ୟସୂରଜ ଏବଂ ପ୍ରଶ୍ନଜିତ୍‌ ଗଜେନ୍ଦ୍ର ପ୍ରମୁଖ ପରିଚାଳନା କରିଥିଲେ।

The post ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ appeared first on Dharitri Odia News.