ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ
ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ ଓଡ଼ିଶାରେ ମିଳିଥିଲା ଦାଦନ ଚାକିରି। ଏବେ ସେହି ରୋଜଗାର ପରିବାର ସଦସ୍ୟଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାସ୍ତା ନିର୍ମାଣ ପାଇଁ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ପେଟୁରୁ ପଞ୍ଚାୟତର ମାଦିଲିଗୁଡାରେ […] The post ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ appeared first on Dharitri Odia News.
ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ ଓଡ଼ିଶାରେ ମିଳିଥିଲା ଦାଦନ ଚାକିରି। ଏବେ ସେହି ରୋଜଗାର ପରିବାର ସଦସ୍ୟଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାସ୍ତା ନିର୍ମାଣ ପାଇଁ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି।
ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ପେଟୁରୁ ପଞ୍ଚାୟତର ମାଦିଲିଗୁଡାରେ ରହିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟର OD07 କ୍ୟାମ୍ପ ପରିସରରେ । ସୂଚନା ମୁତାବକ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିମ୍ପୁଲ ଜିଲାର ମଝିଗାଁଓର ଲାଲ ବିହାରୀ ମହାରଣା ଗତ ୨୮ ତାରିଖରେ ଉପରୋକ୍ତ କ୍ୟାମ୍ପରେ ନିଜ ସମ୍ପର୍କୀୟ ତଥା ୯ ଜଣ ଶ୍ରମିକଙ୍କ ସହ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ଲାଲ ବିହାରୀ ଗୁରୁବାର
ସଂଧ୍ୟା ସମୟରେ ଉପରୋକ୍ତ କ୍ୟାମ୍ପ ଭିତରେ ଏକାକୀ ରହିଥିବାବେଳେ ଅନ୍ୟ ସମସ୍ତ ଶ୍ରମିକ କ୍ୟାମ୍ପ ବାହାରେ
ବୁଲୁଥିଲେ। ଏହି ସମୟରେ ଲାଲ ବିହାରୀଙ୍କ ଜ୍ୱାଇଁ କାଣ୍ଡି ଚାତାୟା ଭିତରକୁ ଆସି ଲାଲ ବିହାରୀଙ୍କୁ ରକ୍ତ ଜୁଡୁ ବୁଡୁ ହୋଇ ତଳେ ପଡି ରହିଥିବା ଦେଖିଥିଲେ। ଏହାପରେ ବାହାରେ ରହିଥିବା ଶ୍ରମିକମାନଙ୍କୁ
ଡାକି କମ୍ପାନୀ କତ୍ତୃପକ୍ଷଙ୍କୁ ଅବଗତ କରି ଗୋଟିଏ ଦିନ ଯଥା ଶୁକ୍ରବାର ଦିନ ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରସ୍ରେ ପହଞ୍ଚାଇ ଶବ ବ୍ୟବଚ୍ଛେଦ କରିବାର ବ୍ୟବସ୍ଥା କରିଥିବା ଜଣାପଡିଛି
ଏହିପରି ସ୍ଥିତିରେ ପୋଲିସ ପାଇଁ ଏକ ପ୍ରକାର ଚିନ୍ତା ବଢାଇ ଦେଇଥିବା ବେଳେ ପୋଲିସ ମୃତ୍ୟୁ ପ୍ରକୃତ ରହସ୍ୟ ଖୋଜିବା ଆରମ୍ଭ କରିଦେଇଛି । । ସେପଟେ ମୃତ ଲାଲ ବିହାରୀଙ୍କ ପୁଅ ଗୁଲସନ ମହାରଣାଙ୍କ କହିବା ଅନୁସାରେ ବାପା ଆତ୍ମହତ୍ୟା କରିନାହାନ୍ତି ଏହା ହତ୍ୟା ବୋଲି ଅଭିଯୋଗ ଉଠାଇଛନ୍ତି। ତେବେ ପୋଲିସ ଲାଲ ବିହାରୀଙ୍କ ପାଖରୁ ଗୋଟିଏ ଧାରୁଆ ଅସ୍ତ୍ର ପଡିଥିବା ଜବତ କରିଛି । ସେପଟେ ଭାରତମାଳା କମ୍ପାନୀ କତ୍ତୃପକ୍ଷ ଏହା ଆତ୍ମହତ୍ୟା ହୋଇଥିବ ବୋଲି ପ୍ରକାଶ କରିଛି । ଏନେଇ ସୁନାବେଡା ଏସଡିପିଓ ମନୋବ୍ରତା ସତପଥିଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଘଟଣା ଉପରେ ଏକ ମାମଲା ରୁଜୁ ହୋଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି ପୋଲିସ କହିଛି।
The post ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ appeared first on Dharitri Odia News.