ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସମ୍ପତ୍ତି କେତେ? କରିଛନ୍ତି ୯୫ ଲକ୍ଷର ଋଣ, ରହିଛି…

ଭୁବନେଶ୍ୱର,୧୨।୬: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଚାଲୁଥିବା ବେଳେ ୨୦୨୪ରେ ବହୁମତ ହାସଲ କରି କ୍ଷମତା ହାତେଇଛି ଭାଜପା। ମଙ୍ଗଳବାର ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଦଳ ପକ୍ଷରୁ ମୋହନ ଚରଣ ମାଝୀଙ୍କ ନାମ ଘୋଷଣା କରାଯାଇଥିଲା। ସେ ବୁଧବାର ଶପଥ ଗ୍ରହଣ କରି ରାଜ୍ୟଭାର ସମ୍ଭାଳିବେ। ଭାଜପା ନେତା ମୋହନ କେନ୍ଦୁଝର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ […] The post ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସମ୍ପତ୍ତି କେତେ? କରିଛନ୍ତି ୯୫ ଲକ୍ଷର ଋଣ, ରହିଛି… appeared first on Dharitri Odia News.

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସମ୍ପତ୍ତି କେତେ? କରିଛନ୍ତି ୯୫ ଲକ୍ଷର ଋଣ, ରହିଛି…

ଭୁବନେଶ୍ୱର,୧୨।୬: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଚାଲୁଥିବା ବେଳେ ୨୦୨୪ରେ ବହୁମତ ହାସଲ କରି କ୍ଷମତା ହାତେଇଛି ଭାଜପା। ମଙ୍ଗଳବାର ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଦଳ ପକ୍ଷରୁ ମୋହନ ଚରଣ ମାଝୀଙ୍କ ନାମ ଘୋଷଣା କରାଯାଇଥିଲା। ସେ ବୁଧବାର ଶପଥ ଗ୍ରହଣ କରି ରାଜ୍ୟଭାର ସମ୍ଭାଳିବେ।

ଭାଜପା ନେତା ମୋହନ କେନ୍ଦୁଝର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ମିନା ମାଝୀଙ୍କୁ ୧୧୫୭୭ ଭୋଟରେ ପରାଜିତ କରିଥିଲେ।

ମୋହନଙ୍କ ମୋଟ ସମ୍ପତ୍ତି ହେଉଛି ୧.୯୭ କୋଟି। ତାଙ୍କ ଉପରେ ୯୫ ଲକ୍ଷର ଋଣ ମଧ୍ୟ ରହିଛି। ଏହାଛଡ଼ା ୨୫ ଲକ୍ଷର ଫର୍ଚୁନର କାର୍‌, ୧.୨୦ ଲକ୍ଷୀ ୨୦ ଗ୍ରାମ ସୁନା ଅଛି। ଚାଷକାମକୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କ ପାଖରେ ୧୯ ଲକ୍ଷର ଜମି ମଧ୍ୟ ରହିଛି।

ପ୍ରକାଶ ଯେ,୧୯୯୭ରେ ମାଝୀ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୭ରୁ ୨୦୦୦ ଯାଏ ସରପଞ୍ଚ ଥିଲେ। ପରେ ସେ ୨୦୦୦ରେ କେନ୍ଦୁଝର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଉକ୍ତ ଆସନରୁ ସେ ୪ ଥର ବିଧାୟକ ହୋଇଛନ୍ତି। ସେ ରାଜ୍ୟର ଆଦିବାସୀ ନେତାଙ୍କ ମଧ୍ୟରୁ ଜଣେ।

The post ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସମ୍ପତ୍ତି କେତେ? କରିଛନ୍ତି ୯୫ ଲକ୍ଷର ଋଣ, ରହିଛି… appeared first on Dharitri Odia News.