ଓଡ଼ିଶାର ବିରଳ ଭସାଣି
ରାଜନଗର, ୧୫।୧୦ଭାସ୍କର ରାଉତରାୟ): ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ରବିବାର ଜୟା, ବିଜୟା ଓ ଅପରାଜିତା ପୂଜା ସହ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହ ମା’ଙ୍କ ବିସର୍ଜନ ପୂଜା ସମାପନ ହୋଇଥିଲା। ସୋମବାର ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି। ପରମ୍ପରା ଅନୁଯାୟୀ, ଗୋପାଳ ସମ୍ପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଞ୍ଚାଇଥିଲେ। ଘଣ୍ଟଘଣ୍ଟା ଓ […] The post ଓଡ଼ିଶାର ବିରଳ ଭସାଣି appeared first on Dharitri Odia News.
ରାଜନଗର, ୧୫।୧୦ଭାସ୍କର ରାଉତରାୟ): ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ରବିବାର ଜୟା, ବିଜୟା ଓ ଅପରାଜିତା ପୂଜା ସହ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହ ମା’ଙ୍କ ବିସର୍ଜନ ପୂଜା ସମାପନ ହୋଇଥିଲା। ସୋମବାର ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି। ପରମ୍ପରା ଅନୁଯାୟୀ, ଗୋପାଳ ସମ୍ପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଞ୍ଚାଇଥିଲେ। ଘଣ୍ଟଘଣ୍ଟା ଓ ପାରମ୍ପରିକ ବାଦ୍ୟ ସହ ହରିବୋଲ ହୁଳହୁଳି ଧ୍ୱନିରେ ମା’ଙ୍କୁ ମେଲାଣି ଦିଆଯାଇଛି। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ୭ ଘେରା ଚାପ ଖେଳିଥିଲେ। ୨ଟି ନୌକାକୁ ଯୋଡ଼ାଯାଇ ତାକୁ ସୁସଜ୍ଜିତ କରାଯାଇ ମା’ଙ୍କୁ ବସାଇ ନଦୀରେ ୭ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି। ମା’ ଦୁର୍ଗାଙ୍କ ସହ ଗଳିଦାଣ୍ଡର ବନଦୁର୍ଗା, ସାନବଡ଼ଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତ୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି। ସାରା ଓଡ଼ିଶାରେ ବିରଳ ଏହି ଜଳପଥରେ ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ନଈ ମଧ୍ୟରେ ଭଜନ କୀର୍ତ୍ତନ, ପାରମ୍ପରିକ ବାଦ୍ୟ ସହ ମା’ ଓ ଦେବଦେବୀଙ୍କୁ ମେଲାଣି ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଥିଲା। ଦୀର୍ଘ ୨ କିମି ବ୍ୟାପୀ ନଈ ମଧ୍ୟରେ ୭ ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ଏହି ଭସାଣି ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଶାରଦୀୟ କମିଟିର ସ୍ଥାୟୀ ସଭାପତି ତଥା ରାଜନଗର ଆଇଆଇସି ଅଜୟ କୁମାର ଜେନା, ଶାନ୍ତି କମିଟିର ସଭାପତି ତଥା ତହସିଲଦାର ଅଜୟ କୁମାର ମହାନ୍ତି, ଶାରଦୀୟ ଦୁର୍ଗାପୂଜା କମିଟିର ସମ୍ପାଦକ ପ୍ରଭାତ ଚନ୍ଦ୍ର ମିଶ୍ର, ପଣ୍ଡିତ ଶଙ୍କର୍ଷଣ ମିଶ୍ର, ନାରାୟଣ ମାହୁନ୍ତ, ରମେଶ ଚନ୍ଦ୍ର ଲାଲ, ବିଜୟ କୁମାର ଗୁପ୍ତା, ଜୟଦୁର୍ଗା ବଣିକ ସଂଘ ସଭାପତି ବାଇଧର ସେଠୀ, ଚିତ୍ତ ରଞ୍ଜନ ଦାସ, ରବୀନ୍ଦ୍ର ନାଥ ନାୟକ ପ୍ରମୁଖ ସାମିଲ ଥିଲେ। ରାଜନଗରରେ ମା’ ଦୁର୍ଗାଙ୍କ ଭସାଣି ନିଆରା ଏବଂ ଓଡ଼ିଶା ପ୍ରସିଦ୍ଧ। ଭାରତରେ ଅନ୍ୟ କୌଣସି ସ୍ଥାନରେ ଜଳପଥରେ ମା’ଙ୍କ ଭସାଣି ଉତ୍ସବ ଏଭଳି ଅନୁଷ୍ଠିତ ହୋଇ ନ ଥାଏ। ସେହିପରି ବ୍ୟାଙ୍କ ଛକ ଶ୍ରୀଗଣପତିଙ୍କ ଭସାଣି ଉତ୍ସବ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଅନୁଷ୍ଠିତ ହୋଇଯାଇଛି। ମୃଦଙ୍ଗ, ଚାଙ୍ଗୁ ବାଦ୍ୟ ସହିତ ଷଣ୍ଢ ଲଢ଼େଇ ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
The post ଓଡ଼ିଶାର ବିରଳ ଭସାଣି appeared first on Dharitri Odia News.