ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୨୪ା୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଆଞ୍ଚଳିକ ପରିଷଦ (ପୂର୍ବ ଭାରତ) ତଥା ଇଆଇଆର୍‌ସି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ପ୍ରଥମ ସିଏସ୍‌ (କମ୍ପାନୀ ସେକ୍ରେଟାରିଜ) ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ହୋଟେଲ ମେଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏକ ଆଲୋଚନା ଚକ୍ର ‘ନୂତନ ଓଡ଼ିଶାର ଅଭ୍ୟୁଦୟ’ ଶୀର୍ଷକ ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କର ଶିଳ୍ପ ଓ […] The post ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ appeared first on Dharitri Odia News.

ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୨୪ା୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଆଞ୍ଚଳିକ ପରିଷଦ (ପୂର୍ବ ଭାରତ) ତଥା ଇଆଇଆର୍‌ସି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ପ୍ରଥମ ସିଏସ୍‌ (କମ୍ପାନୀ ସେକ୍ରେଟାରିଜ) ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ହୋଟେଲ ମେଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏକ ଆଲୋଚନା ଚକ୍ର ‘ନୂତନ ଓଡ଼ିଶାର ଅଭ୍ୟୁଦୟ’ ଶୀର୍ଷକ ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଏ ରାଜୀବ ଶେଖର ସାହୁ ଏବଂ ହିମାଂଶୁ ଶେଖର ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ରୁଦ୍ର ମାଧବ ସାହୁ ଉକ୍ତ ସମ୍ମିଳନୀରେ ପୌରୋହିତ୍ୟ କରିଥିଲାବେଳେ ଭୁବନେଶ୍ୱର ଶାଖାର ସମ୍ପାଦକ ଶ୍ରୀମନ୍ତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ରାଷ୍ଟ୍ର ନିର୍ମାଣରେ କମ୍ପାନୀ ସେକ୍ରେଟାରିଙ୍କ ଭୂମିକା ଉପରେ ମନ୍ତ୍ରୀ ସ୍ବାଇଁ ବିସ୍ତୃତ ଆଲୋକପାତ କରିବା ସହିତ ଓଡ଼ିଶାରେ ଶିଳ୍ପର ଅଭିବୃଦ୍ଧି ନିମନ୍ତେ କମ୍ପାନୀ ସଚିବମାନଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ।

ରାଜୀବ ଶେଖର ସାହୁ କହିଥିଲେ, ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବର୍ତ୍ତମାନର ଶିଳ୍ପନୀତିର ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଅନୁରୋଧ ସେ କରିଥିଲେ ଓ କମ୍ପାନୀ ସେକ୍ରେଟରିମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାହୁ ସାଧୁବାଦ ଜଣାଇଥିଲେ। ଅପରପକ୍ଷରେ ହିମାଂଶୁ ଶେଖର କମ୍ପାନୀ ଆଇନ ୨୦୧୩ ଏବଂ ଏହାର ପାଳନ ନିମନ୍ତେ କମ୍ପାନୀ ସେକ୍ରେଟାରିଙ୍କ ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ସମ୍ମିଳନୀକୁ କମ୍ପାନୀ ସେକ୍ରେଟାରି ଏବଂ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ବିଶ୍ୱରଞ୍ଜନ ସୂତାର ସମ୍ବୋଧନ କରିଥିଲେ। ଏଥିରେ ୨୫୦ରୁ ଊର୍ଦ୍ଧ୍ୱ କମ୍ପାନୀ ସେକ୍ରେଟାରିଙ୍କ ସମେତ ଶିଳ୍ପ ବିଶେଷଜ୍ଞମାନେ ଯୋଗ ଦାନ କରିଥିଲେ। ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ନାୟକ ଓ ସୌମ୍ୟ ସୁଜିତ ମିଶ୍ର ସମ୍ମିଳନୀକୁ ପରିଚାଳନା କରିଥିଲେ।

The post ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ appeared first on Dharitri Odia News.