ଓଡ଼ିଶାରେ ଲଭ ଜିହାଦ ! ମହିଳା ଥାନାରେ ଯୁବକ ଅଟକ
ଭୁବନେଶ୍ୱର : ଓଡ଼ିଶାରେ ଲଭ ଜିହାଦ ଭଳି ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱର ମହିଳା ଥାନାରେ କାଶ୍ମୀର ଯୁବକ ଅଟକ । ଲଭ ଜିହାଦ ମାମଲାରେ ଯୁବକଙ୍କୁ ଅଟକ ରଖାଯାଇଛି । ଜଗତସିଂପୁର ଜିଲ୍ଲାରୁ ଜଣେ ଯୁବତୀଙ୍କୁ ଉଠାଇନେବାକୁ ଆସି ଧରାପଡ଼ିଛନ୍ତି ଯୁବକ । ତେବେ ସମ୍ପୃକ୍ତ ଯୁବକଙ୍କ ଘର ବିହାରରେ ହୋଇଥିବାବେଳେ,ସେ କାଶ୍ମୀରରେ ରହୁଥିଲେ । ସମ୍ପୃକ୍ତ ଯୁବକଙ୍କ ନାଁ ସମୀର ମଞ୍ଜୁର । ୨୦୨୨ ମସିହାରୁ ଅନଲାଇନ ଫ୍ରି ଫାୟାର ଗେମରୁ ଯୁବତୀଙ୍କ ସହିତ […]

ଭୁବନେଶ୍ୱର : ଓଡ଼ିଶାରେ ଲଭ ଜିହାଦ ଭଳି ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱର ମହିଳା ଥାନାରେ କାଶ୍ମୀର ଯୁବକ ଅଟକ । ଲଭ ଜିହାଦ ମାମଲାରେ ଯୁବକଙ୍କୁ ଅଟକ ରଖାଯାଇଛି । ଜଗତସିଂପୁର ଜିଲ୍ଲାରୁ ଜଣେ ଯୁବତୀଙ୍କୁ ଉଠାଇନେବାକୁ ଆସି ଧରାପଡ଼ିଛନ୍ତି ଯୁବକ । ତେବେ ସମ୍ପୃକ୍ତ ଯୁବକଙ୍କ ଘର ବିହାରରେ ହୋଇଥିବାବେଳେ,ସେ କାଶ୍ମୀରରେ ରହୁଥିଲେ । ସମ୍ପୃକ୍ତ ଯୁବକଙ୍କ ନାଁ ସମୀର ମଞ୍ଜୁର ।
୨୦୨୨ ମସିହାରୁ ଅନଲାଇନ ଫ୍ରି ଫାୟାର ଗେମରୁ ଯୁବତୀଙ୍କ ସହିତ ପରିଚିତ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କ ଗଢି ଉଠିବାପରେ ଉଭୟେ ଏକାଠି ହୋଇ ଅନେକ ସ୍ଥାନରେ ବୁଲାବୁଲି କରିଥିଲେ । ଏପରିକି ପୁରୀ ଯାଇ ଏକାଠି ହୋଟେଲରେ ମଧ୍ୟ ରହିଥିଲେ । ଏହି ସମୟରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଏବଂ ଭିଡିଓ ଉଠାଇ ନେଇଥିଲା ଯୁବକ । ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇ ପରବର୍ତ୍ତୀ ସମୟରେ ସମୀର ଉକ୍ତ ଯୁବତୀଙ୍କୁ ଧର୍ମ ପରିବର୍ତନ କରି ବିବାହ ପାଇଁ ଚାପ ପକାଇଥିଲେ । ଯୁବତୀ ଜଣଙ୍କ ଏଥିରେ ରାଜି ନହେବାରୁ ସେ ତାଙ୍କୁ ଉଠାଇନେବାକୁ ଆସି ଭୁବନେଶ୍ୱରରେ ପହଂଚି ଥିଲେ । ତେବେ ଘଟଣା ସମ୍ପର୍କରେ ସଠିକ ତଥ୍ୟ ପାଇବା ପାଇଁ ପୋଲିସ ତନାଘନା ଚଳାଇଛି ।