ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଜୟନାରାୟଣଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକ ତଥା ସମ୍ବଲପୁର ଭାଜପାରେ ଖୁସି ଦେଖାଦେଇଛି। ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ଜୟନାରାୟଣ କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଆହୁରି କହିଛନ୍ତି […] The post ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ appeared first on Dharitri Odia News.

ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଜୟନାରାୟଣଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକ ତଥା ସମ୍ବଲପୁର ଭାଜପାରେ ଖୁସି ଦେଖାଦେଇଛି।
ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ଜୟନାରାୟଣ କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଆହୁରି କହିଛନ୍ତି ଯେ, ଶତ ପ୍ରତିଶତ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଚୟନ କରିଛି, ଯାହା ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ପାଇଁ ଉତ୍ତମ ଫଳାଫଳର ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

The post ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ appeared first on Dharitri Odia News.