ପୁରୀ, କେନ୍ଦ୍ରାପଡ଼ା ପରେ ଗଞ୍ଜାମରେ ବାର୍ଡ ଫ୍ଲୁ ଆତଙ୍କ
ଦିଗପହଣ୍ଡି/ପାଟପୁର,୧୩।୯(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ନିକଟ ଆମ୍ବଠା ଗାଁରାସ୍ତା ପାତ୍ର ପୋଖରୀ ନିକଟରେ ଶୁକ୍ରବାର ବହୁ ସଂଖ୍ୟାରେ ମଲା କୁକୁଡ଼ା ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବାର୍ଡ ଫ୍ଲୁ ଆଶଙ୍କା କରିଛନ୍ତି। ଖବର ପ୍ରଘଟ ପରେ ଘଟଣାସ୍ଥଳରେ ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଡା. ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କିଏ ଏବଂ କାହିଁକି ମଲା କୁକୁଡ଼ା ଫୋପାଡିଛନ୍ତି ସେ […] The post ପୁରୀ, କେନ୍ଦ୍ରାପଡ଼ା ପରେ ଗଞ୍ଜାମରେ ବାର୍ଡ ଫ୍ଲୁ ଆତଙ୍କ appeared first on Dharitri Odia News.
ଦିଗପହଣ୍ଡି/ପାଟପୁର,୧୩।୯(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ନିକଟ ଆମ୍ବଠା ଗାଁରାସ୍ତା ପାତ୍ର ପୋଖରୀ ନିକଟରେ ଶୁକ୍ରବାର ବହୁ ସଂଖ୍ୟାରେ ମଲା କୁକୁଡ଼ା ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବାର୍ଡ ଫ୍ଲୁ ଆଶଙ୍କା କରିଛନ୍ତି।
ଖବର ପ୍ରଘଟ ପରେ ଘଟଣାସ୍ଥଳରେ ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଡା. ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କିଏ ଏବଂ କାହିଁକି ମଲା କୁକୁଡ଼ା ଫୋପାଡିଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ବାର୍ଡ ଫ୍ଲୁ ପ୍ରଭାବରେ କୁକୁଡ଼ାଗୁଡ଼ିକର ମୃତ୍ୟୁ ହୋଇ ନ ଥିବା ଡାକ୍ତରୀ ଟିମ୍ ସଦସ୍ୟ କହିଛନ୍ତି। ଏଥିରେ ଅଞ୍ଚଳବାସୀ କୌଣସି ପ୍ରକାର ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି।
ଏପରିକି ନିକଟରେ ଡାକ୍ତରୀ ଟିମ୍ କୁକୁଡ଼ା ଫାର୍ମଗୁଡିକୁ ଯାଇ ଫାର୍ମ ମାଲିକଙ୍କ ସହ ଆଲୋଚନା କରି ରାସ୍ତାକଡ କିମ୍ବା ପୋଖରୀ ନିକଟରେ ମଲା କୁକୁଡ଼ା ନ ଫୋପାଡ଼ିବାକୁ ତାଗିଦ କରିଥିଲେ। ଅନ୍ୟପକ୍ଷେ ସମ୍ପୃକ୍ତ ଘଟଣାକୁ ନେଇ ଡାକ୍ତରୀ ଟିମ୍ ସ୍ଥାନୀୟ ଥାନା ଆଇଆଇସି ଅଜୟ କୁମାର ସ୍ବାଇଁଙ୍କ ସହ ସବିଶେଷ ଆଲୋଚନା କରି ଫେରି ଆସିଥିବା ଜଣାପଡିଛି।
The post ପୁରୀ, କେନ୍ଦ୍ରାପଡ଼ା ପରେ ଗଞ୍ଜାମରେ ବାର୍ଡ ଫ୍ଲୁ ଆତଙ୍କ appeared first on Dharitri Odia News.