ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ପରେ ରାୟଗଡାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ। ସୂଚନା ଅନୁସାରେ ଦିନ ୧୨ଟା ୪୦ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ୍ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂ। ଦିନ ୧ଟାରେ ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ। ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି […]

ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ପରେ ରାୟଗଡାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ। ସୂଚନା ଅନୁସାରେ ଦିନ ୧୨ଟା ୪୦ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ୍ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂ। ଦିନ ୧ଟାରେ ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ। ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ , କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗାଦେବେ । ଏହାପରେ ଅପରାହ୍ନ ୨ଟା ୪୦ରେ ଭବନୀପାଟଣାରେ କାର୍ଯ୍ୟକ୍ରମ ସାରି ରାୟଗଡା ଅଭିମୂଖେ ଯାତ୍ରା କରିବେ। ଅପରାହ୍ନ ୩ଟା ୧୦ରେ ରାୟଗଡା ସହର ବାରିଝୋଲା ରୋଡ୍ ଏଆଇଏସିଆର୍ ଗ୍ରାଉଣ୍ଡ ରେ ଜନସଭାକୁ ସମ୍ବୋଧନ କରିବେ ରାଜନାଥ। ସେଠାରେ ସେ ପ୍ରାୟ ୧ଘଣ୍ଟା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ବିଜେପି ଶିବିରରେ ଉତ୍ସାହ ଖେଳିଯାଇଥିବାବେଳେ ସଭାର ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।