ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର
ଭୁବନେଶ୍ୱର,୪ା୪(ସୁନିତ୍ ମିଶ୍ର): ଓ୍ବକଫ୍ ବିଲ୍ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍ ବିଲ୍କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା […] The post ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର appeared first on Dharitri Odia News.
ଭୁବନେଶ୍ୱର,୪ା୪(ସୁନିତ୍ ମିଶ୍ର): ଓ୍ବକଫ୍ ବିଲ୍ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍ ବିଲ୍କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି। ନିକଟରେ ଜଣେ ମହିଳା ଆଇଏଏସ୍ ଅଫିସର ଭିଆର୍ଏସ୍ ନେଇଛନ୍ତି, ଯିଏ ବିଜେଡି ସରକାର ସମୟରେ ବହୁ କ୍ଷମତାଶାଳୀ ଥିଲେ। ତାଙ୍କ ଭିଆର୍ଏସ୍ ଆବେଦନକୁ କେନ୍ଦ୍ରର ଏନ୍ଡିଏ ସମର୍ଥିତ ଭାଜପା ସରକାର କିନ୍ତୁ ତୁରନ୍ତ ଗ୍ରହଣ କରିନେଇଛନ୍ତି, ଯାହା ରାଜ୍ୟ ଭାଜପାର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା କଥା କୁହାଯାଉଛି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା, ସେଠାରୁ ଫେରିବା ମାତ୍ରେ ଉକ୍ତ ମହିଳା ଆଇଏଏସ୍ ଅଧିକାରୀଙ୍କ ଭିଆର୍ଏସ୍ ଆବେଦନ ତୁରନ୍ତ ଗ୍ରହଣ କରାଯିବା ବିଷୟ ସମସ୍ତେ ଅଳ୍ପ ବହୁତେ ବୁଝୁଥିଲେ। ହେଲେ ବର୍ତ୍ତମାନ ରାଜ୍ୟ ସଭାରେ ବିଜେଡି ଓ୍ବକଫ୍ ବିଲ୍ ବିରୋଧରେ ଯିବ ନାହିଁ ବୋଲି ବୁଲେଇ ବଙ୍କେଇ କହିବା ପରେ ନବୀନଙ୍କ ଦିଲ୍ଲୀ ଯିବାଠାରୁ ଭିଆର୍ଏସ୍ ଆବେଦନ ଗ୍ରହଣର ତତ୍ତ୍ୱକୁ ଏକ ପ୍ରକାର ପ୍ରମାଣିତ କରୁଛି ବୋଲି କୁହାଗଲାଣି। କିଛିଦିନ ତଳେ ଚେନ୍ନାଇଠାରେ ଡିଏମ୍କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ସୀମା ପୁନଃ ନିର୍ଦ୍ଧାରଣ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା। ଏଥିରେ ଓଡ଼ିଶାରୁ ବିଜେଡି ଯୋଗ ଦେଇଥିଲା। ଏହି ବୈଠକ ପରେ ବିଜେଡି ପ୍ରଥମ ଥର ଲାଗି ନିଜର ଆଭିମୁଖ୍ୟ ବଦଳାଇଲା ବୋଲି ଶୁଣିବାକୁ ମିଳିଲା। ହେଲେ ଦିନ କେଇଟା ନ ଯାଉଣୁ ବିଜେଡି ଶାସନରୁ ଯିବା ଲାଗି ଯେଉଁ ଜଣେ ବ୍ୟକ୍ତିଙ୍କୁ ସମଗ୍ର ଓଡ଼ିଶା ଦୋଷ ଦେଉଛି ତାଙ୍କ ସ୍ତ୍ରୀଙ୍କ ସୁରକ୍ଷା ନବୀନଙ୍କ ପାଇଁ ପୁଣି ପ୍ରାଥମିକତା ହୋଇଯାଇଛି ବୋଲି ରାଜନୈତିକ ମହଲରେ ଆଉ ଥରେ କୁହାକୁହି ଆରମ୍ଭ ହେଲାଣି। ନବୀନଙ୍କ ପାଇଁ ଦଳୀୟ କର୍ମୀ ଏବଂ ସହଯୋଗୀଙ୍କ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହା ବଦଳରେ ଗୋଟିଏ ବ୍ୟକ୍ତିର ସନ୍ତୁଷ୍ଟି ଯଥେଷ୍ଟ ଅଧିକ ଗୁରୁତ୍ୱ ରଖୁଥିବା କଥା ସ୍ପଷ୍ଟ ବୁଝାପଡୁଛି।
ସୂଚନାଯୋଗ୍ୟ, ଲୋକ ସଭାରେ ବୁଧବାର ବିଳମ୍ବିତ ରାତିରେ ଓ୍ବକଫ୍ ବିଲ୍ ପାରିତ ହୋଇଯାଇଛି। ୧୨ ଘଣ୍ଟା ଧରି ଏହି ବିଲ୍ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଅର୍ଥାତ୍ ଲୋକ ସଭାରେ ଶାସକ ଏବଂ ବିରୋଧୀଙ୍କ ଭିତରେ ଦୂରତା ମାତ୍ର ୫୬କୁ ଖସି ଆସିଲାଣି। ହେଲେ ଏଭଳି ସମୟରେ ବିଜେଡି ଲୋକ ସଭାରେ ସମ୍ପୂର୍ଣ୍ଣ ଜିରୋ ହୋଇସାରିଛି। ଏ ପର୍ଯ୍ୟନ୍ତ ବିଜେଡି ମୁଣ୍ଡରେ ବୁଦ୍ଧି ଉଦୟ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ସସ୍ମିତ ଏହା ଉପରେ କହିଥିଲେ, ବିଲ୍ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ଗ୍ରହଣ କରାଯାଉଛି ନା ନାହିଁ ତା’ ଉପରେ ବିଚାରକରିବା ପରେ କ’ଣ ନିଷ୍ପତ୍ତି ହେବ ତାହା ସ୍ଥିର କରାଯିବ। ହେଲେ ଗୁରୁବାର ସସ୍ମିତ ଉଲ୍ଲେଖ କରିଛନ୍ତି, ଏହି ବିଲ୍କୁ ବିବେକ ଅନୁସାରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ କୌଣସି ହୁଇପ୍ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେଡିର କେତେଜଣ ରାଜ୍ୟ ସଭା ସଦସ୍ୟଙ୍କ ସହ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ସସ୍ମିତ ମନଇଚ୍ଛା ଏହା କହିଥିବେ। ଦଳରୁ ପଚାରି ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟେଲିଫୋନ୍ ଉଠାଇଲେ ନାହିଁ। ଅର୍ଥାତ୍ ସେମାନଙ୍କ ଭିତରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏହି କଥାରୁ ବୁଝାପଡୁଛି। ସସ୍ମିତ ନିଜ ମନରୁ ଏହି ନିଷ୍ପତ୍ତି ବାହାରକୁ ଛାଡ଼ି ନ ଥିବା କଥା ଜାଣିବା ପରେ ପ୍ରତିକ୍ରିୟା ରଖିବାକୁ କହୁଥିବା ବିଜେଡିର ଅନ୍ୟ ଏମ୍ପିମାନେ ଚୁପ୍ହୋଇଯିବାକୁ ବାଧ୍ୟ ହୋଇଛନ୍ତି।
The post ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର appeared first on Dharitri Odia News.