ଓମ୍ ବିର୍ଲାଙ୍କ ଏମାର୍ଜେନ୍ସି ବୟାନକୁ ବିରୋଧ: ରାହୁଲ ଗାନ୍ଧୀ କହିଲେ, ସ୍ପିକର ସର୍ବଦା ନିରପେକ୍ଷା ରହିବା ଉଚିତ
ନୂଆଦିଲ୍ଲୀ: ଏମାର୍ଜେନ୍ସିକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଦେଇଥିବା ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଚନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାଚସ୍ପତିଙ୍କୁ ଭେଟି ନିରପେକ୍ଷତା ଆପଣାଇବାକୁ ରାହୁଲ କହିଛନ୍ତି। ବୁଧବାର ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଏମାର୍ଜେନ୍ସିକୁ ଭାରତ ପାଇଁ କଳା ସମୟ ଥିଲା ବୋଲି କହିଥିଲେ ଓମ ବିର୍ଲା। ଗୁରୁବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଏନେଇ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି କଂଗ୍ରେସ ଲୋକସଭା ସାଂସଦ ଓ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ପ୍ରଥା ଅନୁସାରେ ରାହୁଲ ସ୍ପିକରଙ୍କୁ ଭେଟିବା ପରେ ତାଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ବେଣୁଗୋପାଳ କହିଛନ୍ତି।ଓମ ବିର୍ଲାଙ୍କୁ ରାହୁଲ କଣ କହିଛନ୍ତି ସେ ନେଇ ବେଣୁଗୋପାଳ କହିଛନ୍ତି “ଯଦି କୌଣସି ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ଏପରି କହୁନ୍ତି ତେବେ ଚଳିବ। ହେଲେ ସ୍ପିକର ନିରପେକ୍ଷା ରହିବା ଭଲ।”ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ ଏବଂ ପ୍ରଧାନମନ୍ତ୍ରୀ ତାଙ୍କର ମନ୍ତ୍ରୀ ପରିଷଦର ପରିଚୟ କରାଇବା ପରେ ଓମ ବିର୍ଲା ୧୯୭୫ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ବୟାନ ଦେଇଥିଲେ। ବିର୍ଲା କହିଥିଲେ “ଭାରତ ଇତିହାସରେ ଏହା ଏକ ଅଧ୍ୟାୟ ଥିଲା। ଏହି ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍
ନୂଆଦିଲ୍ଲୀ: ଏମାର୍ଜେନ୍ସିକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଦେଇଥିବା ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଚନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାଚସ୍ପତିଙ୍କୁ ଭେଟି ନିରପେକ୍ଷତା ଆପଣାଇବାକୁ ରାହୁଲ କହିଛନ୍ତି। ବୁଧବାର ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଏମାର୍ଜେନ୍ସିକୁ ଭାରତ ପାଇଁ କଳା ସମୟ ଥିଲା ବୋଲି କହିଥିଲେ ଓମ ବିର୍ଲା।
ଗୁରୁବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଏନେଇ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି କଂଗ୍ରେସ ଲୋକସଭା ସାଂସଦ ଓ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ପ୍ରଥା ଅନୁସାରେ ରାହୁଲ ସ୍ପିକରଙ୍କୁ ଭେଟିବା ପରେ ତାଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ବେଣୁଗୋପାଳ କହିଛନ୍ତି।
ଓମ ବିର୍ଲାଙ୍କୁ ରାହୁଲ କଣ କହିଛନ୍ତି ସେ ନେଇ ବେଣୁଗୋପାଳ କହିଛନ୍ତି “ଯଦି କୌଣସି ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ଏପରି କହୁନ୍ତି ତେବେ ଚଳିବ। ହେଲେ ସ୍ପିକର ନିରପେକ୍ଷା ରହିବା ଭଲ।”
ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ ଏବଂ ପ୍ରଧାନମନ୍ତ୍ରୀ ତାଙ୍କର ମନ୍ତ୍ରୀ ପରିଷଦର ପରିଚୟ କରାଇବା ପରେ ଓମ ବିର୍ଲା ୧୯୭୫ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ବୟାନ ଦେଇଥିଲେ। ବିର୍ଲା କହିଥିଲେ “ଭାରତ ଇତିହାସରେ ଏହା ଏକ ଅଧ୍ୟାୟ ଥିଲା। ଏହି ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମାର୍ଜେନ୍ସି ଲାଗୁ କରି ବାବା ସାହେବ ଆମ୍ବେଦକରଙ୍କ ଲିଖିତ ସମ୍ବିଧାନ ଉପରେ ଭୟଙ୍କର ଆକ୍ରମଣ କରିଥିଲେ। ଭାରତରେ ଏକଛତ୍ରବାଦ ଲଦି ଦିଆଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଭୁଲିଯାଇ ବାକ ସ୍ୱାଧୀନତାର ଗଳା ଚିପି ଦିଆଯାଇଥିଲା। ନାଗରିକଙ୍କ ଅଧିକାର ଉଲ୍ଲଂଘନ କରାଯାଇଥିଲା। ଏବଂ ବହୁ ବିରୋଧୀଦଳର ନେତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।”
ଗୁରୁବାର ଉଭୟ ସଦନକୁ ସମ୍ବୋଧନ କଲା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏମାର୍ଜେନ୍ସି ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ଉଭୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ସଦନରେ ଉପସ୍ଥିତ ଥିଲେ।