ଓ୍ବିଣ୍ଡ ଚାଇମ୍ ଲଗାଉଥିଲେ…
ଓ୍ବିଣ୍ଡ ଚାଇମ୍ କେବଳ ଘରର ଶୋଭା ବଢାଏ ନାହିଁ ଏହା ଅନେକ ବାସ୍ତୁଦୋଷକୁ ବି ଠିକ୍ କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ କଲର୍ର ଓ୍ବିଣ୍ଡ ଚାଇମ୍ ଘରର କି ଉପକାର କରିଥାଏ, ଜାଣନ୍ତୁ ସେ ସମ୍ପର୍କରେ… ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ସିଲଭର୍ କଲର୍ର ଓ୍ବିଣ୍ଡ ଚାଇମ୍କୁ ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ଟାଙ୍ଗି ଦିଆଯାଏ, ତା’ହେଲେ ଏହା ପିଲାଙ୍କ ପାଇଁ ସୌଭାଗ୍ୟ ଆଣିବା ସହ ଘରର ମାନ ସମ୍ମାନ ବଢାଇବାରେ ସହାୟକ ହୋଇଥାଏ […] The post ଓ୍ବିଣ୍ଡ ଚାଇମ୍ ଲଗାଉଥିଲେ… appeared first on Dharitri Odia News.
ଓ୍ବିଣ୍ଡ ଚାଇମ୍ କେବଳ ଘରର ଶୋଭା ବଢାଏ ନାହିଁ ଏହା ଅନେକ ବାସ୍ତୁଦୋଷକୁ ବି ଠିକ୍ କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ କଲର୍ର ଓ୍ବିଣ୍ଡ ଚାଇମ୍ ଘରର କି ଉପକାର କରିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ସିଲଭର୍ କଲର୍ର ଓ୍ବିଣ୍ଡ ଚାଇମ୍କୁ ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ଟାଙ୍ଗି ଦିଆଯାଏ, ତା’ହେଲେ ଏହା ପିଲାଙ୍କ ପାଇଁ ସୌଭାଗ୍ୟ ଆଣିବା ସହ ଘରର ମାନ ସମ୍ମାନ ବଢାଇବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପର ନାରଙ୍ଗୀ ରଙ୍ଗର ଓ୍ବିଣ୍ଡ ଚାଇମ୍ ଘରକୁ ସୌଭାଗ୍ୟ ଆଣିଥାଏ। ପରିବାରରେ ହସଖୁସିର ମାହୋଲ ଭରିଦେବାରେ ବି ଏହା ଅନେକ ସାହାଯ୍ୟ କରିଥାଏ ବୋଲି ମାନ୍ୟତା ରହିଛି। ଏହାକୁ ପ୍ରବେଶ ଦ୍ୱାରରେ ଲଗାଇବା ଶୁଭ ହୋଇଥାଏ। ସୁଖସମୃଦ୍ଧିର ପ୍ରତୀକ ଭାବେ ଗୋଲ୍ଡେନ୍ କଲର୍ର ଓ୍ବିଣ୍ଡ ଚାଇମ୍କୁ ଘରର ପ୍ରବେଶ ଦ୍ୱାର ହେଉ ଅଥବା ଠାକୁର ଘରେ ମଧ୍ୟ ଟାଙ୍ଗି ପାରିବେ। ବାଉଁଶରେ ତିଆରି ଓ୍ବିଣ୍ଡ ଚାଇମ୍ ବି ଘରକୁ ନିଆରା ଆକର୍ଷଣ ଦେଇଥାଏ। ତା’ସହିତ ଏହା ଘରେ ସକାରାତ୍ମକ ଊର୍ଜ୍ଜାକୁ ବୃଦ୍ଧି କରିବାରେ ବି ବିଶେଷ ସହାୟକ ହୋଇଥାଏ। ଏଭିଲ୍ ଆଈ ଓ୍ବିଣ୍ଡ ଚାଇମ୍ ବି ଘରର ଅନେକ ଉପକାର କରିଥାଏ। ଘରକୁ ପ୍ରବେଶ କରୁଥିବା ନକାରାତ୍ମକ ଶକ୍ତିକୁ ଏହା ରୋକିବା ସହ ଘରର ଉନ୍ନତି ପଥରେ ଏହା ସାହାଯ୍ୟ କରିଥାଏ। ତେବେ ଏହି ଟାଇପ୍ର ଓ୍ବିଣ୍ଡ ଚାଇମ୍କୁ ଘରର ପ୍ରବେଶ ଦ୍ୱାରରେ ଟଙ୍ଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
The post ଓ୍ବିଣ୍ଡ ଚାଇମ୍ ଲଗାଉଥିଲେ… appeared first on Dharitri Odia News.