କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍. ଶର୍ମିଲା ଗିରଫ
ବିଜୟଓ୍ବାଡ଼ା,୨୨।୨: ଆନ୍ଧ୍ରପ୍ରଦେଶରେ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜିଲା ଚୟନ କମିଟି (ଡିଏସ୍ସି)ର ବିଜ୍ଞପ୍ତିକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ‘ସଚିବାଳୟ ଚାଲ’ ଅଭିଯାନ ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍. ଶର୍ମିଲା ରେଡ୍ଡୀ ଏବଂ ଦଳର ୪୦ କର୍ମୀଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଏହାର ମୁଖ୍ୟାଳୟ ଆନ୍ଧ୍ରରତ୍ନ ଭବନରୁ ‘ସଚିବାଳୟ ଚାଲ’ ବିକ୍ଷୋଭ ଅଭିଯାନ ଆରମ୍ଭ କରିଥିଲା। ଗୃହବନ୍ଦୀରୁ ବର୍ତ୍ତିବା ଲାଗି ଶର୍ମିଲା ବୁଧବାର ରାତିରୁ ବିଜୟଓ୍ବାଡ଼ାସ୍ଥିତ ପାର୍ଟି କାର୍ଯ୍ୟାଳୟରେ […] The post କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍. ଶର୍ମିଲା ଗିରଫ appeared first on Dharitri Odia News.
ବିଜୟଓ୍ବାଡ଼ା,୨୨।୨: ଆନ୍ଧ୍ରପ୍ରଦେଶରେ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜିଲା ଚୟନ କମିଟି (ଡିଏସ୍ସି)ର ବିଜ୍ଞପ୍ତିକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ‘ସଚିବାଳୟ ଚାଲ’ ଅଭିଯାନ ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍. ଶର୍ମିଲା ରେଡ୍ଡୀ ଏବଂ ଦଳର ୪୦ କର୍ମୀଙ୍କୁ ଗିରଫ କରାଯାଇଛି।
ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଏହାର ମୁଖ୍ୟାଳୟ ଆନ୍ଧ୍ରରତ୍ନ ଭବନରୁ ‘ସଚିବାଳୟ ଚାଲ’ ବିକ୍ଷୋଭ ଅଭିଯାନ ଆରମ୍ଭ କରିଥିଲା। ଗୃହବନ୍ଦୀରୁ ବର୍ତ୍ତିବା ଲାଗି ଶର୍ମିଲା ବୁଧବାର ରାତିରୁ ବିଜୟଓ୍ବାଡ଼ାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ରହିଥିଲେ। ଅନ୍ୟପକ୍ଷରେ ଏଲୁରୁ ରୋଡ୍ରେ ଗାଡ଼ିମୋଟର ଚଳାଚଳରେ ବ୍ୟାଘାତ ସୃଷ୍ଟି କରିବା ସହ ସ୍ଲୋଗାନ ଦେଉଥିବା କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖାଯାଇଥିଲା ଓ ପରେ ସେମାନଙ୍କୁ ଛାଡ଼ିଦିଆଯାଇଛି ବୋଲି ବିଜୟଓ୍ବାଡ଼ା ସାଉଥ୍ର ଡିସିପି ବି. ରବି କିରନ କହିଛନ୍ତି। କଂଗ୍ରେସ ଦଳ ବେରୋଜଗାରିଙ୍କ ସମର୍ଥନରେ ବାହାରିଥିବାବେଳେ ସେମାନଙ୍କୁ ଗିରଫ କରାଯିବା ନେଇ ଶର୍ମିଲା ଓ୍ବାଇଏସ୍ଆର୍ସିପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ୨୩ ହଜାର ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଡିଏସ୍ସି ବିଜ୍ଞପ୍ତିରେ ମାତ୍ର ୬,୦୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ସରକାର ବେରୋଜଗାରୀମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଶର୍ମିଲା ଦାବି କରିଛନ୍ତି।
The post କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍. ଶର୍ମିଲା ଗିରଫ appeared first on Dharitri Odia News.