କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ ବଜାରରେ ଶ୍ରେଷ୍ଠ ନିଯୁକ୍ତିଦାତା ଓ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଆଇଟି କମ୍ପାନୀଗୁଡ଼ିକର ତାଲିକା ପ୍ରକାଶ କରାଯାଇଛି। ୨୦୨୪ରେ ଘରୋଇ ବଜାର ଶ୍ରେଷ୍ଠ ୨୫ ନିଯୁକ୍ତିଦାତା (କମ୍ପାନୀ)ଙ୍କ ମଧ୍ୟରେ କଗ୍ନିଜାଣ୍ଟ ୩ୟ ସ୍ଥାନରେ ରହିଛି। ଆସୋସିଏଟ୍‌ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା, ଦକ୍ଷତାରେ ଅଗ୍ରଗତି, କ୍ୟାରିୟର ଅଭିବୃଦ୍ଧିକୁ ସୁଗମ କରିବା ପାଇଁ […] The post କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା appeared first on Dharitri Odia News.

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ ବଜାରରେ ଶ୍ରେଷ୍ଠ ନିଯୁକ୍ତିଦାତା ଓ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଆଇଟି କମ୍ପାନୀଗୁଡ଼ିକର ତାଲିକା ପ୍ରକାଶ କରାଯାଇଛି। ୨୦୨୪ରେ ଘରୋଇ ବଜାର ଶ୍ରେଷ୍ଠ ୨୫ ନିଯୁକ୍ତିଦାତା (କମ୍ପାନୀ)ଙ୍କ ମଧ୍ୟରେ କଗ୍ନିଜାଣ୍ଟ ୩ୟ ସ୍ଥାନରେ ରହିଛି।

ଆସୋସିଏଟ୍‌ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା, ଦକ୍ଷତାରେ ଅଗ୍ରଗତି, କ୍ୟାରିୟର ଅଭିବୃଦ୍ଧିକୁ ସୁଗମ କରିବା ପାଇଁ କଗ୍ନିଜାଣ୍ଟ ଉଲ୍ଲେଖନୀୟ ସଫଳତା ଲାଭ ସହ ସଂସ୍ଥାର ପ୍ରତିବଦ୍ଧତାକୁ ଦର୍ଶାଇଛି। କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍‌ କହିଛନ୍ତି, ଏହି ପ୍ରଶଂସା ଆମ ସହଯୋଗୀମାନଙ୍କ ନିରନ୍ତର ନିଷ୍ଠାର ପ୍ରତିଫଳନକୁ ଦର୍ଶାଉଛି। ଆମ ଟିମ୍‌ ସାରା ଭାରତରେ ଦକ୍ଷତା, ଅଭିବୃଦ୍ଧି ଓ ନବସୃଜନ ପାଇଁ ସୁଯୋଗ ପାଇଥାନ୍ତି।

ବିଶେଷକରି ଆମେ କେବଳ କ୍ୟାରିୟର ଗଠନକରି ନ ଥାଉ ବରଂ ୮ଟି ସ୍ତମ୍ଭ ଉପରେ ଆଧାରକରି ଭାରତର ଶ୍ରେଷ୍ଠ ୨୫ କମ୍ପାନୀ ମଧ୍ୟରେ ଆଗକୁ ବଢ଼ିବାର କ୍ଷମତା, ଦକ୍ଷତା ବୃଦ୍ଧି, କମ୍ପାନୀର ସ୍ଥିରତା, ବାହ୍ୟ ସୁଯୋଗ, ଲିଙ୍ଗ ବିବିଧତା ପ୍ରଭୃତି ଉପରେ ବିକାଶ କରିଛୁ। ଗତବର୍ଷ କଗ୍ନିଜାଣ୍ଟ ବିଶ୍ୱର ୯୦% କର୍ମ ଦକ୍ଷତା ବୃଦ୍ଧି କାର୍ଯ୍ୟରେ ସହଯୋଗ କରିଥିଲାବେଳେ ପ୍ରାୟ ୨,୭୦,୦୦୦ ସହଯୋଗୀ ନୂଆ ଦକ୍ଷତା କୌଶଳ ଶିକ୍ଷା ଓ ଦକ୍ଷତା ହାସଲ କରିଥିଲେ। ୮୮,୦୦୦ ଏଆଇ ଓ ଜେନେରେଟିଭ ଏଆଇ ପାଠ୍ୟକ୍ରମ ସମାପ୍ତ କରିଥିଲେ।

ଏହା ସହ କମ୍ପାନୀ କ୍ୟାରିୟର ଅଭିବୃଦ୍ଧି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୩୦,୦୦୦ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ପଦୋନ୍ନତି ମିଳିଥିଲାବେଳେ ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ-ଏନ୍‌ସିଆର୍‌, ହାଇଦ୍ରାବାଦ, ଇନ୍ଦୋର, କୋଚି, କୋଲକାତା, ମାଙ୍ଗାଲୁରୁ, ମୁମ୍ବାଇ ଏବଂ ପୁଣେ ସମେତ ସାରା ଭାରତରେ କଗ୍ନିଜାଣ୍ଟର ସୁବିଧା କେନ୍ଦ୍ର ରହିଛି।

The post କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା appeared first on Dharitri Odia News.