କଟକ ବାଲିଯାତ୍ରାରୁ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ମନ୍ତ୍ରୀ
ଭୁବନେଶ୍ୱର,୨୧।୨: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଶ୍ନକାଳରେ କଟକ ବାଲିଯାତ୍ରା ଉପରେ ଆଲୋଚନା ହୋଇଛି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବାଲିଯାତ୍ରାରେ ଷ୍ଟଲ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଚଳିତ ଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ ଖୋଲିଥିଲା। ନିଲାମ ଆଧାରରେ ୧୧୮୮ ଏବଂ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା। ମୋଟ ୬ […] The post କଟକ ବାଲିଯାତ୍ରାରୁ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୧।୨: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଶ୍ନକାଳରେ କଟକ ବାଲିଯାତ୍ରା ଉପରେ ଆଲୋଚନା ହୋଇଛି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବାଲିଯାତ୍ରାରେ ଷ୍ଟଲ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଚଳିତ ଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ ଖୋଲିଥିଲା। ନିଲାମ ଆଧାରରେ ୧୧୮୮ ଏବଂ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା। ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି। ଏ ସବୁ ଜିଲାପାଳଙ୍କ ଜରିଆରେ କରାଯାଇଛି। ବାଲିଯାତ୍ରାର ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ୱ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।
ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା କରାଯାଉଛି ବୋଲି ଗୃହରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ଜାତୀୟ ମାନ୍ୟତା ଦେବା UNESCOର କାମ। ଏନେଇ ବିଶେଷଜ୍ଞ ଟିମ୍ UNESCO ସହ ଯୋଗାଯୋଗରେ ଅଛନ୍ତି। ଆଗକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ଏହି ସବୁ ଆଲୋଚନା ଭିତରେ ବାଲିଯାତ୍ରାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ମାହାଙ୍ଗା ବିଧାୟକ । ବୈଷ୍ଣବ ପାଣି ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ ଡାନ୍ସ କରାଗଲା। ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା । ବିଭାଗୀୟ ମନ୍ତ୍ରୀ ଷ୍ଟଲ ଆବଣ୍ଟନର ତଦନ୍ତ କରନ୍ତୁ ଏବଂ ଓଡ଼ିଆ ଅସ୍ମିତାକୁ ରକ୍ଷା କରନ୍ତୁ । ଯଦି ବରପୁତ୍ରମାନଙ୍କ ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣ ହେଲା ତା’ହାଲେ ଆମେ ଆଗକୁ ଏଥିରେ ହସ୍ତକ୍ଷେପ କରିବୁ। କାରଣ ବାଲିଯାତ୍ରା ପରିଚାଳନା ଦାୟିତ୍ୱ କଟକ ସାଂସ୍କୃତିକ ପରିଷଦର ବୋଲି କହିଥିଲେ। ଏପରିକି କଟକ ତାରକସିକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକ ଦାବି କରିଥିଲେ।
ଉତ୍ତରରେ ମନ୍ତ୍ରୀ ଷ୍ଟଲ ଆବଣ୍ଟନରେ ଯେପରି ଅସଙ୍ଗତି ନ ରହିବ ସେଥିପାଇଁ ଆଗକୁ ବିଭାଗ ଦୃଷ୍ଟି ଦେବ। ଏହା ସହିତ ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ ହେଲାନାହିଁ ସେନେଇ ମଧ୍ୟ ନଜର ଦେବୁ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।
The post କଟକ ବାଲିଯାତ୍ରାରୁ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ମନ୍ତ୍ରୀ appeared first on Dharitri Odia News.