କଡାକଡି ହେବ ଜଳପଥ ସୁରକ୍ଷା ବ୍ୟବସ୍ଥା,ଆରମ୍ଭ ହେଲା ନୌସେନା ସମରାଭ୍ୟାସ

ଭୁବନେଶ୍ୱର : ଶତ୍ରୁ ସଂହାର କରିବା ‘ସାଗର କବଚ’ । ଜଳପଥରେ ଆତଙ୍କବାଦୀ ମୁକାବିଲା ଲାଗି ନୌସେନା ପ୍ରସ୍ତୁତ । ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ`ସି ଭିଜିଲ୍’। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ […]

କଡାକଡି ହେବ ଜଳପଥ ସୁରକ୍ଷା ବ୍ୟବସ୍ଥା,ଆରମ୍ଭ ହେଲା ନୌସେନା ସମରାଭ୍ୟାସ
କଡାକଡି ହେବ ଜଳପଥ ସୁରକ୍ଷା ବ୍ୟବସ୍ଥା,ଆରମ୍ଭ ହେଲା ନୌସେନା ସମରାଭ୍ୟାସ

ଭୁବନେଶ୍ୱର : ଶତ୍ରୁ ସଂହାର କରିବା ‘ସାଗର କବଚ’ । ଜଳପଥରେ ଆତଙ୍କବାଦୀ ମୁକାବିଲା ଲାଗି ନୌସେନା ପ୍ରସ୍ତୁତ । ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ`ସି ଭିଜିଲ୍’। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ,ଅସ୍ତରଙ୍ଗ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ସମରାଭ୍ୟାସ ହୋଇଛି। ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି। ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳକୁ ଶତ୍ରୁ ପଶି ନ ଯିବେ ସେନେଇ ସମସ୍ତ ବିଭାଗକୁ ସଚେତନ କରିବା ଏହି ସମରାଭ୍ୟାସର ମୂଳଲକ୍ଷ ।

ସେହିପରି ଉପକୂଳରେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିବ। ସୂଚନାଯୋଗ୍ୟ ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ୧୮ ଟି ମେରାଇନ ଥାନା ରହିଛି। ବର୍ତ୍ତମାନ ପାଟ୍ରୋଲିଂ ପାଇଁ ୧୫ଟି ବୋଟ ରହିଛି । ୧୦ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଇଣ୍ଟରସେଫ୍ଟର ବୋଟ ମଧ୍ୟ ତଟରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।