ନିଖୋଜ ହେମନ୍ତ ସୋରେନ ରାଞ୍ଚିରେ ଦେଖାଦେଲେ- ‘ ମୁଁ ଆପଣମାନଙ୍କ ହୃଦୟରେ ରହିଛି’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁଯାୟୀ ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ପାଇଁ ନିଖୋଜ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷରେ ଆଜି ରାଞ୍ଚିରେ ଦେଖାଦେଇଛନ୍ତି। ରାଞ୍ଚିରେ ନିଜ ସରକାରୀ ବାସଭବନରେ ପହଞ୍ଚି ସୋରେନ ସର୍ବସାଧାରଣଙ୍କ ସମ୍ମୁଖକୁ ଆସିଛନ୍ତି। ଇଡି ସୋରେନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସର୍ଚ୍ଚ୍ ଅପରେସନ କରିବାପରେ ସୋରେନ ତାଙ୍କ କାରରେ ଯାଇ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସୋରେନ ଜାନୁଆରି ୩୧ରେ ଇଡିରେ ହାଜର ହେଲେ ତାଙ୍କୁ […]

ନିଖୋଜ ହେମନ୍ତ ସୋରେନ ରାଞ୍ଚିରେ ଦେଖାଦେଲେ- ‘ ମୁଁ ଆପଣମାନଙ୍କ ହୃଦୟରେ ରହିଛି’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁଯାୟୀ ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ପାଇଁ ନିଖୋଜ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷରେ ଆଜି ରାଞ୍ଚିରେ ଦେଖାଦେଇଛନ୍ତି। ରାଞ୍ଚିରେ ନିଜ ସରକାରୀ ବାସଭବନରେ ପହଞ୍ଚି ସୋରେନ ସର୍ବସାଧାରଣଙ୍କ ସମ୍ମୁଖକୁ ଆସିଛନ୍ତି। ଇଡି ସୋରେନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସର୍ଚ୍ଚ୍ ଅପରେସନ କରିବାପରେ ସୋରେନ ତାଙ୍କ କାରରେ ଯାଇ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସୋରେନ ଜାନୁଆରି ୩୧ରେ ଇଡିରେ ହାଜର ହେଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ସୋରେନ ଶାସକ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ବିଧାୟକମାନଙ୍କୁ ଭେଟିଛନ୍ତି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ହେମନ୍ତ ସୋରେନଙ୍କ ସ୍ଥାନରେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।