କନୌଜରୁ ନିର୍ବାଚନ ଲଢ଼ିବେ ଅଖିଳେଶ ଯାଦବ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶର ଏହି ଆସନରୁ ଦଳ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ୨ ଦିନ ପରେ ଦଳ ଆଜି ପୁଣି ଉକ୍ତ ଆସନରୁ ଅଖିଳେଶଙ୍କ ନାଁ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଦିନ ସମାଜବାଦୀ ପାର୍ଟି ଉକ୍ତ ଆସନରେ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ଦଳ କହିଛି ଅଖିଳେଶ ଯାଦବ ଗୁରୁବାର ଦିନ […]

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶର ଏହି ଆସନରୁ ଦଳ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ୨ ଦିନ ପରେ ଦଳ ଆଜି ପୁଣି ଉକ୍ତ ଆସନରୁ ଅଖିଳେଶଙ୍କ ନାଁ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଦିନ ସମାଜବାଦୀ ପାର୍ଟି ଉକ୍ତ ଆସନରେ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ଦଳ କହିଛି ଅଖିଳେଶ ଯାଦବ ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ।