କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ
ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ମଦୁରାଇର ଏକ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ରାଜ୍ୟପାଳ ଛାତ୍ରୀଛାତ୍ରଙ୍କୁ ଜୟ ଶ୍ରୀରାମ ସ୍ଲୋଗାନ ଦେବାକୁ କହିଥିଲେ। କମ୍ବ ରାମାୟଣମ୍ ଲେଖିଥିବା ପୁରାତନ କବିଙ୍କୁ ସମ୍ମାନ ଦେବାକୁ ଯାଇ ଛାତ୍ରୀଛାତ୍ର ଜୟ ଶ୍ରୀରାମ ଜପ କରିବାକୁ କହୁଥିତ୍ବା ସମୟର […] The post କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ appeared first on Dharitri Odia News.
ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ମଦୁରାଇର ଏକ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ରାଜ୍ୟପାଳ ଛାତ୍ରୀଛାତ୍ରଙ୍କୁ ଜୟ ଶ୍ରୀରାମ ସ୍ଲୋଗାନ ଦେବାକୁ କହିଥିଲେ।
କମ୍ବ ରାମାୟଣମ୍ ଲେଖିଥିବା ପୁରାତନ କବିଙ୍କୁ ସମ୍ମାନ ଦେବାକୁ ଯାଇ ଛାତ୍ରୀଛାତ୍ର ଜୟ ଶ୍ରୀରାମ ଜପ କରିବାକୁ କହୁଥିତ୍ବା ସମୟର ଭିଡିଓ ଭାଇରାଲ ହୋଇଛି। ଏହା ଶ୍ରୀରାମଙ୍କ ମହାନ ଭକ୍ତଙ୍କ ପାଇଁ ଏକପ୍ରକାର ଶ୍ରଦ୍ଧାଞ୍ଜଳି ହେବ। ଆମେ ସମସ୍ତେ ଜୟ ଶ୍ରୀରାମ କହିବା ବୋଲି ରବି ଶନିବାର କଲେଜ ପିଲାମାନଙ୍କୁ କହିଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ଶାସକ ଦଳ ଡିଏମ୍କେ ସମାଲୋଚନା କରିବା ସହ ତାଙ୍କୁ ଆର୍ଏସ୍ଏସ୍ର ମୁଖପାତ୍ର ବୋଲି କହିଛି।
ଏହା ଦେଶର ଧର୍ମନିରପେକ୍ଷତା ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି। କାହିଁକି ରାଜ୍ୟପାଳ ବାରମ୍ବାର ସମ୍ବିଧାନର ଉଲ୍ଲଂଘନ କରିବାକୁ ଚାହୁଁଛନ୍ତି ବୋଲି ଡିଏମ୍କେ ମୁଖପାତ୍ର ଧରଣୀଧରନ୍ ପ୍ରଶ୍ନ କରିଛନ୍ତି। ଜୟ ଶ୍ରୀରାମ ସ୍ଲୋଗାନ ପାଇଁ ରାଜ୍ୟପାଳଙ୍କୁ କଂଗ୍ରେସ ବିଧାୟକ ଆସାନ ମୌଲାନା ନିନ୍ଦା କରିଛନ୍ତି। ସେ ଧାର୍ମିକ ବିଚାରଧାରାର ପ୍ରଚାର କରୁଥିବା ଜଣେ ଧର୍ମଗୁରୁ ଭଳି ଭାଷଣ ଦେଉଥିବା ମୌଲାନା କହିଛନ୍ତି।
The post କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ appeared first on Dharitri Odia News.