କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୬୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏଥିପାଇଁ ଗତ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩୬୭୬ ହିତାଧିକାରୀ […] The post କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ appeared first on Dharitri Odia News.

କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୬୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏଥିପାଇଁ ଗତ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩୬୭୬ ହିତାଧିକାରୀ ଉପକୃତ ହେବେ। ଜିଲାର ବିଭିନ୍ନ ବ୍ଲକର କିଛି ହିତାଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାରୁ ଊଦ୍ଧର୍‌ବ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସଚିବ ଗିରିଶ ସତ୍ୟ ନାରାୟଣ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲାପାଳ ପାଓ୍ବାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ରବି ନାଏକ ତାଙ୍କ ଭାଷଣରେ କହିଥିଲେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯଦି କେହି ଅଧିକାରୀ ପାତରଅନ୍ତର କରୁଥିବା ଅଭିଯୋଗ ଆସିଲେ ତୁରନ୍ତ ସେହି ଅଧିକାରୀଙ୍କୁ ନିଲମ୍ବିନ କରାଯିବ। ସେହିପରି ଚଳିତ ବର୍ଷ ଲୋକଙ୍କ ସୁବିଧା ପାଇଁ ଚଳିତ ବର୍ଷ ୨୫ ହଜାର ନଳକୂପ ଖନନ କରାଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏ ମାଟି ହେଉଛି ମା’ ମାଣିକେଶ୍ୱରୀ ମାଟି, ମା’ଙ୍କ ଛତର ଯାତ୍ରା, ବୀରବାଦ୍ୟ ଘୁମୁରା ଆଜି ବିଶ୍ୱ ଦରବାରରେ ପରିଚିତ। ଏ ମାଟିର ବୀର ସହିଦ ରେଣ୍ଡୋ ମାଝୀ ଓ ଜଳ ପୁରୁଷ କାର୍ଜି ମାଝୀଙ୍କ ବଳିଦାନ ଅତୁଳନୀୟ। ଧାନ ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲା ଦ୍ବିତୀୟ ଓ କପାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଦାନ ମାଝୀ ଆମ୍ବୁଲାନ୍ସ ନ ପାଇ ନିଜ ସ୍ତ୍ରୀକୁ କାନ୍ଧରେ ବୋହିକି ନେଇଥିଲେ। ଆଉ ଜଣେ ଦାନ ମାଝୀ ଏପରି ଅବହେଳାର ସାମ୍ନାକୁ ନ ଆସନ୍ତି ସେଥିପାଇଁ ଏବେ ୧୦୯ ଆମ୍ବୁଲାନ୍ସ ଯୋଜନା କରାଯାଇଛି। କଳାର ହାଣ୍ଡି ହେଉଛି କଳାହାଣ୍ଡି। ଜୁନାଗଡ଼ ଦଧି ବାମନ ମନ୍ଦିରର ଲିପି କଳାହାଣ୍ଡିର ଇତିହାସ ଜଣାପଡ଼େ। କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌। ଯେଉଁଥିରେ ଅନ୍ତର୍ଜାତୀୟ ଖେଳ ହେଉଛି। ବାରବାଟୀ ଷ୍ଟାଡିୟମରେ ବି ଲାଗିଛି କଳାହାଣ୍ଡି ମାଟି। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଆସିଛି । ୨୪ ବର୍ଷର ବିଜେଡି ସରକାରର ସମସ୍ତ ଅବହେଳା ସାମ୍ନାକୁ ଆସିଛି। ପାତର ଅନ୍ତର ଯୋଗୁ ଅନେକ ଗରିବ ଲୋକ ଘର ପାଉ ନ ଥିଲେ। ଏବେ ଭାଜପା ସରକାର ଆସିଛି ପ୍ରକୃତ ଯୋଗ୍ୟ ହିତାଧିକାରୀ ଘର ପାଇବେ। ଏଠି ପାତରଅନ୍ତର ଚଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକର ୩୦ ହଜାରରୁ ଊଦ୍ଧର୍‌ବ ଜନସାଧାରଣ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଥିଲା।

The post କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ appeared first on Dharitri Odia News.