କାଲିଠୁ ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...
ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ କମିପାରେ। ୧୪ରେ କେବଳ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଏବଂ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆଜି ପାଇଁ କୌଣସି ୱାର୍ଣ୍ଣିଂ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
ଏପଟେ ଉତ୍ତର ଭାରତରେ ବର୍ଷା ବିତ୍ପାତ । ପଞ୍ଜାବ-ହିମାଚଳ ସୀମାରେ ବନ୍ୟା ପାଣିରେ ଭାସିଗଲା କାର । ଗୋଟିଏ ପରିବାରର ୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଛି । ୨ ଜଣ ପାଣିର ସ୍ରୋତରେ ଭାସି ନିଖୋଜ ଅଛନ୍ତି। ପଞ୍ଜାବରୁ ହିମାଚଳ ପ୍ରଦେଶକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଗୋଟିଏ ପରିବାରର ୧୧ ଜଣ ସଦସ୍ୟ କାରରେ ଆସୁଥିଲେ। ପଞ୍ଜାବ - ହିମାଚଳ ପ୍ରଦେଶ ସୀମା ଜୋଜୋ ଠାରେ ପୋଲ ପାର ହେବା ବେଳେ ବନ୍ୟାପାଣିରେ ଦେଖୁ ଦେଖୁ କାରଟି ଭାସିଯାଇଥିଲା ।
ଏହି ଘଟଣାକୁ ନେଇ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଅଚାନକ ଫ୍ଲାସ ଫ୍ଲଡ ଆସିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।