କାଳବୈଶାଖୀ ନେଲା ୧୧ ଜୀବନ
କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇଜଣ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ମୃତ ୧୧ ଜଣଙ୍କ ମଧ୍ୟରୁ […] The post କାଳବୈଶାଖୀ ନେଲା ୧୧ ଜୀବନ appeared first on Dharitri Odia News.
କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇଜଣ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ମୃତ ୧୧ ଜଣଙ୍କ ମଧ୍ୟରୁ ତିନିଜଣ ପୁରୁଣା ମାଲଦା ପୋଲିସ ଷ୍ଟେଶନର ସାହାପୁର ଅଞ୍ଚଳର। ଅନ୍ୟ ଦୁଇଜଣଙ୍କ ଘର ଗାଜୋଲ ପୋଲିସ ଷ୍ଟେଶନର ଆଦିନାରେ ଏବଂ ରାଟୁଆ ପୋଲିସ ଷ୍ଟେଶନର ବାଲୁପୁରରେ ବୋଳଇ କୁହାଯାଉଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ମାଲଦା ମେଡିକାଲ କଲେଜକୁ ଆଣିବା ପାଇଁ ପୋଲିସ ବ୍ୟବସ୍ଥା କରିଛି।
ସୂଚନାଯୋଗ୍ୟ, କ୍ଷେତରେ କାମ କରିବା ସମୟରେ ବିଜୁଳି ମାରିବାକୁ ଅଧିକାଂଶଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
The post କାଳବୈଶାଖୀ ନେଲା ୧୧ ଜୀବନ appeared first on Dharitri Odia News.