କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ଆୟେଶା ଟାକିଆ ? ଟ୍ରୋଲିଂ ନା ସୋସିଆଲ ମିଡିଆ ବ୍ରେକ...

ମୁମ୍ଵାଇ ୨୩।୦୮: ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆ । ତାଙ୍କ ଫ୍ୟାନ୍ସ ଫଲୋଇଂ ଖୁବ୍‌ ଅଧିକ। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଲୋକଙ୍କୁ କରିଥିଲା ଦିୱାନା। ହେଲେ ହଠାତ୍‌ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ସୋସିଆଲ ମିଡିଆରେ ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସେୟାର କରନ୍ତି। କିନ୍ତୁ କିଛି ସମୟ ହେଲା ପ୍ଲାଷ୍ଟିକ ସର୍ଜରୀ ହେବାର ପାଇଁ ଚର୍ଚ୍ଚାରେ ଥିଲେ। ଏନେଇ ଟ୍ରୋଲ ହେବା ପରେ ଆୟେଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଥିବା ଜଣାପଡିଛି ।ନିକଟରେ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ମୁହଁରେ ପରିବର୍ତ୍ତନ ଦେଖାଯିବାରୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ନେଟେନିଜେନ୍ସ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ନେଇ କହିଥିଲେ।  ଆୟେଶା ଏସବୁକୁ ସହ୍ୟ କରିପାରିନଥିଲେ ୨୩ ଅଗଷ୍ଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲେ।  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ୱାଣ୍ଟେଡ ଏବଂ ଅଜୟ ଦେବଗାନଙ୍କ ଫିଲ୍ମ ଟାରଜାନ ଦି ୱାଣ୍ଡର କାରରେ ଆୟେଶା ଟାକିଆ ଜଣେ ଅଭିନେତ୍ରୀ ଭାବରେ ନଜର ଆସିଥିଲେ।ଏପରି ଏକ ସମୟରେ ଘଟିଛି ଯେତେବେଳେ କୋଲକାତା ବଳାତ୍କାର ମାମଲାରେ ସମଗ୍ର ଦେଶରେ କ୍ରୋଧ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆୟେଶା ହିଣ୍ଟ ଦେଇ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖିବାବେଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଛାଡିବା ଭଲ ବୋଲି ବିବେଚନା କରିଛନ୍ତି। ୩୮ ବର୍ଷିୟ ଆୟ

କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ଆୟେଶା ଟାକିଆ ? ଟ୍ରୋଲିଂ ନା ସୋସିଆଲ ମିଡିଆ ବ୍ରେକ...

ମୁମ୍ଵାଇ ୨୩।୦୮: ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆ । ତାଙ୍କ ଫ୍ୟାନ୍ସ ଫଲୋଇଂ ଖୁବ୍‌ ଅଧିକ। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଲୋକଙ୍କୁ କରିଥିଲା ଦିୱାନା। ହେଲେ ହଠାତ୍‌ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ସୋସିଆଲ ମିଡିଆରେ ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସେୟାର କରନ୍ତି। କିନ୍ତୁ କିଛି ସମୟ ହେଲା ପ୍ଲାଷ୍ଟିକ ସର୍ଜରୀ ହେବାର ପାଇଁ ଚର୍ଚ୍ଚାରେ ଥିଲେ। ଏନେଇ ଟ୍ରୋଲ ହେବା ପରେ ଆୟେଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଥିବା ଜଣାପଡିଛି ।

ନିକଟରେ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ମୁହଁରେ ପରିବର୍ତ୍ତନ ଦେଖାଯିବାରୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ନେଟେନିଜେନ୍ସ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ନେଇ କହିଥିଲେ।  ଆୟେଶା ଏସବୁକୁ ସହ୍ୟ କରିପାରିନଥିଲେ ୨୩ ଅଗଷ୍ଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲେ।  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ୱାଣ୍ଟେଡ ଏବଂ ଅଜୟ ଦେବଗାନଙ୍କ ଫିଲ୍ମ ଟାରଜାନ ଦି ୱାଣ୍ଡର କାରରେ ଆୟେଶା ଟାକିଆ ଜଣେ ଅଭିନେତ୍ରୀ ଭାବରେ ନଜର ଆସିଥିଲେ।

ଏପରି ଏକ ସମୟରେ ଘଟିଛି ଯେତେବେଳେ କୋଲକାତା ବଳାତ୍କାର ମାମଲାରେ ସମଗ୍ର ଦେଶରେ କ୍ରୋଧ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆୟେଶା ହିଣ୍ଟ ଦେଇ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖିବାବେଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଛାଡିବା ଭଲ ବୋଲି ବିବେଚନା କରିଛନ୍ତି। ୩୮ ବର୍ଷିୟ ଆୟେଶାଙ୍କ ଲୁକ୍ ବିଷୟରେ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି, ତୁମେ ନିଜ ଚେହେରା ସହିତ କଣ କରିଛ, ପ୍ଲାଷ୍ଟିକ୍ ସର୍ଜରୀର ଆବଶ୍ୟକତା କ’ଣ ଥିଲା' । ଏଥି ସହିତ, ଆୟେଶାଙ୍କ ପ୍ରଶଂସକମାନେ ଲେଖୁଛନ୍ତି ଯେ ଆପଣ ବାର୍ବୀ ଡଲ୍ ଠାରୁ କମ୍ ନୁହଁନ୍ତି ।