ଝରିଗାଁରେ ବ୍ୟାପିଲା ଝାଡାବାନ୍ତି, ଚାଲିଗଲା ଯୁବକଙ୍କ ଜୀବନ
ନବରଙ୍ଗପୁର ୦୯/୦୯: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚେପ୍ଟିଆମ୍ବାରେ ବ୍ୟାପିଲା ଝାଡ଼ାବାନ୍ତି । ଝାଡାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ତିନି କୁ ପହଁଚିଲା । ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧୁ ଜାନୀ ନାମକ ଜଣେ (୨୭ ବର୍ଷୀୟ) ଯୁବକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲାରେ ବ୍ୟାପିଚାଲିଛି ଝାଡାବାନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ସେପଟେ ହସ୍ପିଟାଲରେ ରୋଗୀ ବି ଚିକିତ୍ସିତ ହେଉଛନ୍ତି ।
ନବରଙ୍ଗପୁର ୦୯/୦୯: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚେପ୍ଟିଆମ୍ବାରେ ବ୍ୟାପିଲା ଝାଡ଼ାବାନ୍ତି । ଝାଡାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ତିନି କୁ ପହଁଚିଲା । ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧୁ ଜାନୀ ନାମକ ଜଣେ (୨୭ ବର୍ଷୀୟ) ଯୁବକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ।
ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲାରେ ବ୍ୟାପିଚାଲିଛି ଝାଡାବାନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ସେପଟେ ହସ୍ପିଟାଲରେ ରୋଗୀ ବି ଚିକିତ୍ସିତ ହେଉଛନ୍ତି ।