କିକ୍‌ ୨କୁ ଗ୍ରୀନ ସିଗ୍‌ନାଲ

କିକ୍‌ ୨ ବର୍ତ୍ତମାନ ବଲିଉଡର ସବୁଠାରୁ ୱାଣ୍ଟେଡ୍‌ ଫିଲ୍ମ ତାଲିକାରେ ଆଗରେ ରହିଛି । ଭାଇଜାନଙ୍କର ଆକସନ୍‌ ଦେଖିବାକୁ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହର ସହିତ ଚାହିଁ ବସିଛନ୍ତି । ତେବେ ଫ୍ୟାନଙ୍କ ଉତ୍ସୁକତା ବଢାଇଛି ସାଜିଦ୍‌ ନାଦିୱାଡାବାଲାଙ୍କର ପ୍ରଡକସନ୍‌ ହାଉସ୍‌ । ତାଙ୍କ ପ୍ରଡକସନ୍‌ ହାଉସ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ କିକ୍‌ ୨ ର ସୁଟିଂ ଆରମ୍ଭ ହେଉଥିବାନେଇ ସୂଚନା ରହିଛି । ଫଟୋଟି ଫ୍ୟାନଙ୍କ ମଧ୍ୟରେ ଉତ୍ସାହକୁ […]

କିକ୍‌ ୨କୁ ଗ୍ରୀନ ସିଗ୍‌ନାଲ
କିକ୍‌ ୨କୁ ଗ୍ରୀନ ସିଗ୍‌ନାଲ

କିକ୍‌ ୨ ବର୍ତ୍ତମାନ ବଲିଉଡର ସବୁଠାରୁ ୱାଣ୍ଟେଡ୍‌ ଫିଲ୍ମ ତାଲିକାରେ ଆଗରେ ରହିଛି । ଭାଇଜାନଙ୍କର ଆକସନ୍‌ ଦେଖିବାକୁ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହର ସହିତ ଚାହିଁ ବସିଛନ୍ତି । ତେବେ ଫ୍ୟାନଙ୍କ ଉତ୍ସୁକତା ବଢାଇଛି ସାଜିଦ୍‌ ନାଦିୱାଡାବାଲାଙ୍କର ପ୍ରଡକସନ୍‌ ହାଉସ୍‌ । ତାଙ୍କ ପ୍ରଡକସନ୍‌ ହାଉସ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ କିକ୍‌ ୨ ର ସୁଟିଂ ଆରମ୍ଭ ହେଉଥିବାନେଇ ସୂଚନା ରହିଛି । ଫଟୋଟି ଫ୍ୟାନଙ୍କ ମଧ୍ୟରେ ଉତ୍ସାହକୁ ଦ୍ୱିଗୁଣିତ କରିଛି । ସଲମାନଙ୍କ ଫିଲ୍ମକୁ ନେଇ ସବୁବେଳେ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । ନିକଟରେ ସଲମାନ ଓ ସାଜିଦ୍‌ଙ୍କର ଫିଲ୍ମ ସିକନ୍ଦର ଆସିବାକୁ ଯାଉଛି । ଏହାରି ମଧ୍ୟରେ ଆଉ ଏକ ଫିଲ୍ମର ସୂଚନା ସଲମାନଙ୍କ ଫ୍ୟାନଙ୍କୁ ବେଶ୍‌ ଉତ୍ସୁକତା ଯୋଗାଇଛି । ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଏନେଇ ନିଜର ଖୁସି ଜାହିର କରିବାରେ ଲାଗିଛନ୍ତି । ସେହିଭଳି ଆଗକୁ ସଲମାନଙ୍କୁ ବିଗ୍‌ ବସ୍‌ର ହୋଷ୍ଟ ହିସାବରେ ଦର୍ଶକ ଦେଖିବାକୁ ପାଇବେ । ସେଥିପାଇଁ ମଧ୍ୟ ଫ୍ୟାନ ବେଶ୍‌ ଖୁସିରେ ଅଛନ୍ତି, ନିଜ ପ୍ରିୟ ଅଭିନେତାଙ୍କୁ ବିଗ୍‌ବସ୍‌ରେ ଦେଖିବାକୁ ପାଇଁ ସେମାନେ ଏକ୍ସସାଇଟେଡ ଅଛନ୍ତି । ଅପଲୋଡ ହୋଇଥିବା ଏହି ଫଟୋଟିକୁ ସମସ୍ତେ କିକ୍‌ ୨ ପାଇଁ ଗ୍ରୀନ ସିଗ୍‌ନାଲ ବୋଲି ଆଲୋଚନା କରୁଛନ୍ତି ।