କିଟ୍‌ ବିଶ୍ଵବିଦ୍ୟାଳୟରେ ଆରମ୍ଭ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ

ଭୁବନେଶ୍ୱର (କେନ୍ୟୁଜ) : କିଟ୍‌ ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ ଆରମ୍ଭ। ସମୁଦ୍ରକୁ ନେଇ କିଭଳି ଅର୍ଥନୀତି ଅଭିବୃଦ୍ଧି ହୋଇପାରିବ ତା ଉପରେ ଆଲୋଚନା ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଭାରତ ତଥା ଓଡ଼ିଶାରେ ଥିବା ସାମୁଦ୍ରିକ ଅଞ୍ଚଳକୁ କିପରି ଅର୍ଥନୀତି ସହ ଯୋଡାଯିବ ତାହା ହେଉଛି ଏହି କନଫେରନ୍ସ ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ […] The post କିଟ୍‌ ବିଶ୍ଵବିଦ୍ୟାଳୟରେ ଆରମ୍ଭ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ appeared first on KNews Odisha.

କିଟ୍‌ ବିଶ୍ଵବିଦ୍ୟାଳୟରେ ଆରମ୍ଭ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ

ଭୁବନେଶ୍ୱର (କେନ୍ୟୁଜ) : କିଟ୍‌ ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ ଆରମ୍ଭ। ସମୁଦ୍ରକୁ ନେଇ କିଭଳି ଅର୍ଥନୀତି ଅଭିବୃଦ୍ଧି ହୋଇପାରିବ ତା ଉପରେ ଆଲୋଚନା ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଭାରତ ତଥା ଓଡ଼ିଶାରେ ଥିବା ସାମୁଦ୍ରିକ ଅଞ୍ଚଳକୁ କିପରି ଅର୍ଥନୀତି ସହ ଯୋଡାଯିବ ତାହା ହେଉଛି ଏହି କନଫେରନ୍ସ ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପ୍ରଫେସର ଯୋଗ ଦେଇଥିଲେ। ସାମୁଦ୍ରିକ ପଦାର୍ଥକୁ କେବଳ ବିଜ୍ଞାନ ସହ ଯୋଡିଲେ ହେବ ନାହିଁ ବରଂ ତାକୁ ନେଇ ଷ୍ଟାର୍ଟ ଅପ୍ ମଧ୍ୟ କରିପାରିବା। ଏହା ଦ୍ଵାରା ଅନେକ ଲୋକ ଲାଭବାନ ହେବେ। ନିଯୁକ୍ତି ସୃଷ୍ଟି ହୋଇପାରିବ। ଭବିଷ୍ୟତରେ ଏହା ଆମ ପାଇଁ ଏକ ବଡ ଉପଲବ୍ଧି ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଆଲୋଚନାଚକ୍ରରେ ଛାତ୍ର ଛାତ୍ରୀ ଓ ଗବେଷକମାନେ ଯୋଗ ଦେଇଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଷ୍ଟାର୍ଟଅପ୍ ମେଳା ମଧ୍ୟ ଖୋଲା ଯାଇଛି।

The post କିଟ୍‌ ବିଶ୍ଵବିଦ୍ୟାଳୟରେ ଆରମ୍ଭ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ appeared first on KNews Odisha.