କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି…

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ବର୍ଷେ ତଳେ ଅଭିଯୋଗକାରୀ କିନ୍ନରଙ୍କ ସହ କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗ୍ରାମର ଦୀପ୍ତିମୟ ମହାରଣାଙ୍କ ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ […] The post କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି… appeared first on Dharitri Odia News.

କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି…

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ କହିଛି, ବର୍ଷେ ତଳେ ଅଭିଯୋଗକାରୀ କିନ୍ନରଙ୍କ ସହ କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗ୍ରାମର ଦୀପ୍ତିମୟ ମହାରଣାଙ୍କ ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଦୁହେଁ ଭୁବନେଶ୍ୱରରେ ଲିଭ ଇନ୍‌ ରିଲେଶନ୍‌ଶିପରେ ରହିଥିଲେ। ସେମାନେ ଠାକୁରଙ୍କୁ ସାକ୍ଷୀ ରଖି ବିବାହ ମଧ୍ୟ କରିଥିଲେ। କିନ୍ତୁ ଏହି ବିବାହରେ ଦୀପ୍ତିମୟଙ୍କ ପରିବାର ଲୋକେ ରାଜି ନ ଥିଲେ। ତଥାପି ଦୀପ୍ତିମୟ କୋର୍ଟ ମ୍ୟାରେଜ କରିବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ବର୍ଷକ ମଧ୍ୟରେ ଦୀପ୍ତିମୟ ସମ୍ପୃକ୍ତ କିନ୍ନରଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଓ ସୁନା ଅଳଙ୍କାର ନେଇଥିଲେ। ଶେଷରେ ଦୀପ୍ତିମୟ ତାଙ୍କୁ ପ୍ରତାରଣ କରିଥିବା କିନ୍ନର ଜଣକ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଦୀପ୍ତିମୟ ଫେରାର ହୋଇଯାଇଥିବା ପୋଲିସ ପ୍ରକାଶ କରିଛି।

The post କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି… appeared first on Dharitri Odia News.