କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ରକ୍ତରୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ରକ୍ତରୁ ନିଷ୍କାସନ କରିଦିଏ। ଡାୟାଲିସିସ୍‌ରେ ବ୍ୟବହୃତ ହୋଇଥାଏ ସେମିଘର୍‌ମିଏବଲ୍‌ ପରଦା। ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ […] The post କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ appeared first on Dharitri Odia News.

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ରକ୍ତରୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ରକ୍ତରୁ ନିଷ୍କାସନ କରିଦିଏ। ଡାୟାଲିସିସ୍‌ରେ ବ୍ୟବହୃତ ହୋଇଥାଏ ସେମିଘର୍‌ମିଏବଲ୍‌ ପରଦା। ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍‌ ନାମକ ଉପାଦାନରେ ତିଆରି। ପରଦାଟିରେ ରହିଥାଏ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ। ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମିଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନମାନ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାୟାଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ରକ୍ତ କୋଷିକା ଓ ପ୍ରୋଟିନ୍‌ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍‌ମିଏବଲ୍‌ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି। ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁଓର୍‌ରେ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଅପେକ୍ଷା କରିଥିବା କ୍ରନିକ୍‌ ରେନାଲ୍‌ ଫେଲ୍ୟୁଓର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ସମ୍ଭବ ହୋଇ ପାରୁ ନଥିବା ରୋଗୀମାନଙ୍କ ପାଇଁ ଡାୟାଲିସିସ୍‌ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା।

The post କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ appeared first on Dharitri Odia News.