କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ…

ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ୧୦୦ ଗ୍ରାମ ଅଧିକ ହେତୁ ଅଯୋଗ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଭିନେଶ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଏବେ ଭିନେଶ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଚିଠି ଶେୟାର କରିଛନ୍ତି। ଏଥିରେ ସେ ଅବସର ବିଷୟରେ ମଧ୍ୟ କହିଛନ୍ତି। […] The post କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ… appeared first on Dharitri Odia News.

କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ…

ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ୧୦୦ ଗ୍ରାମ ଅଧିକ ହେତୁ ଅଯୋଗ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଭିନେଶ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଏବେ ଭିନେଶ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଚିଠି ଶେୟାର କରିଛନ୍ତି। ଏଥିରେ ସେ ଅବସର ବିଷୟରେ ମଧ୍ୟ କହିଛନ୍ତି। ସେ ମଧ୍ୟ ଫେରିପାରନ୍ତି ବୋଲି କହିଛନ୍ତି। ଭିନେଶଙ୍କ ଏହି ଚିଠି ପରେ ତାଙ୍କ ଭଉଣୀ ଗୀତା ଫୋଗଟ ସୋସିଆଲ ମିଡିଆ ଏକ ପୋଷ୍ଟ ଶେୟାର କରିଛନ୍ତି।

ଗୀତା ଏକ୍ସରେ ଲେଖିଛନ୍ତି, କାର୍ଯ୍ୟର ପରିଣାମ ସରଳ। ପ୍ରତାରଣାର ଫଳାଫଳ ପ୍ରତାରଣା, ଆଜି ନୁହେଁ ତ କାଲି। ତାଙ୍କ ସ୍ବାମୀ ଏବଂ ଭିନେଶଙ୍କ ଭିଣେଇ ପୱନ ସରୋହା ମଧ୍ୟ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ସିଧାସଳଖ ଏକ୍ସରେ ଭିନେଶଙ୍କୁ ଟାର୍ଗେଟ କରିଛନ୍ତି। ପୱନ ଲେଖିଛନ୍ତି, ଭିନେଶ, ତୁମେ ବହୁତ ଭଲ ଲେଖିଛ। କିନ୍ତୁ ବୋଧହୁଏ ଆଜି ତୁମେ ତୁମର ମାମୁଁ ମହାବୀର ଫୋଗଟଙ୍କୁ ଭୁଲି ଯାଇଛ । ସେ ତୁମର କୁସ୍ତି ଜୀବନ ଆରମ୍ଭ କରିଥିଲେ । ଭଗବାନ ତୁମକୁ ଭଲ ବୁଦ୍ଧି ଦିଅନ୍ତୁ ।

The post କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ… appeared first on Dharitri Odia News.