କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗର ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ନ୍ୟାୟିକ ହସ୍ତକ୍ଷେପ ପରିସର ବାହାରେ ରହିଛି। ଖଣ୍ଡପୀଠ କହିଛନ୍ତି, ସରକାରଙ୍କ ଅନ୍ୟ ଶାଖାଗୁଡ଼ିକ ଆଇନ ଅନୁଯାୟୀ ଏହାର ଯାଞ୍ଚ […]

କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗର ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ନ୍ୟାୟିକ ହସ୍ତକ୍ଷେପ ପରିସର ବାହାରେ ରହିଛି। ଖଣ୍ଡପୀଠ କହିଛନ୍ତି, ସରକାରଙ୍କ ଅନ୍ୟ ଶାଖାଗୁଡ଼ିକ ଆଇନ ଅନୁଯାୟୀ ଏହାର ଯାଞ୍ଚ କରିବେ। ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ ଯେ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରଖିବା ଉପରେ ଯଦି କିଛି ଆଇନଗତ ପ୍ରତିବନ୍ଧକ ରହିଛି ତାହା ଦେଖାଅ । ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା ଏବଂ ପରେ ଦିଲ୍ଲୀର ଏକ ଅଦାଲତ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହେପାଜତକୁ ପଠାଇଥିଲ। ତେବେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆମ କ୍ଷମତା ପରିସର ବାହାରେ ବୋଲି ହାଇକୋର୍ଟ କହିଛନ୍ତି।